ଭୁବନେଶ୍ୱର : ଫେରିଲା ଗ୍ରୀଷ୍ମ ଋତୁ l ରାଜ୍ୟରେ ପୁଣି ବଢିଲା ତାତି। ଟାଣ ଖରା ସାଙ୍ଗକୁ ବହିବ ଝାଞ୍ଜି ପବନ। ପୁଣି ତାହା ସହ ବାରମ୍ବାର ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ସ୍ଥିତି। କେବଳ ଦିନରେ ନୁହେଁ ରାତିରେ ବି ଗରମ ଗୁଳୁଗୁଳିରେ ଲୋକଙ୍କୁ ନିସ୍ତାର ମିଳିବ ନାହିଁ। ଆସନ୍ତା ମାର୍ଚ୍ଚ-ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁରେ ଏଭଳି କିଛି ସ୍ଥିତି ରହିବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି l
ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ତା ତଳକୁ ରାଜଧାନୀର ଭୁବନେଶ୍ୱରର ତାପମାତ୍ରା ଥିଲା ୩୬ ଦଶମିକ ୮ ଡିଗ୍ରୀ ସେଲସିୟସ। ରାଜ୍ୟର ୩୫ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା।
କିଛି ଦିନ ଧରି ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା, ଏବେ ଆକାଶରୁ ମେଘ ହଟିଯିବା ପରେ ତାପମାତ୍ରା ବଢିଛି। ଆଗକୁ ବି ଏଭଳି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।