
ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶି ରେ 13 ଦିନ ଧରି ଟନେଲରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ସଦ୍ୟତମ ଖବର ହେଉଛି ଯେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏପର୍ଯ୍ୟନ୍ତ 46.8 ମିଟର ଖନନ କରାଯାଇଛି। କେବଳ 10 ମିଟର ଖନନ ବାକି ଅଛି l
ବୈଷୟିକ କାରଣରୁ କାର୍ଯ୍ୟ ମଧ୍ୟବର୍ତ୍ତୀକାଳୀନ ବନ୍ଦ କରିବାକୁ ପଡିଲା l ଆଗର୍ ମେସିନରେ ତ୍ରୁଟି ମଧ୍ୟ ଏକ ବାଧା ପାଲଟିଛି l ପୂର୍ଣ୍ଣ ଆଶା ଅଛି ଯେ ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ମଧ୍ୟାହ୍ନ ସୁଦ୍ଧା ନିରାପଦରେ ଉଦ୍ଧାର କରାଯିବ। ରାତିରେ ଟନେଲରେ ଖନନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଏବେ ଏକ ବଡ଼ ଖବର ଆସୁଛି l ସୂଚନା ଅନୁଯାୟୀ, ଆଜି ଦିନ ୧୧ ଟାରୁ ପୁନର୍ବାର ଖନନ କାର୍ଯ୍ୟ ଆରମ୍ଭ ହେଉଛି l
ବାସ୍ତବରେ, ପ୍ଲାଟଫର୍ମରେ କିଛି ଖାଲ ଥିଲା ଯେଉଁଥିରେ ଡ୍ରିଲିଂ ପାଇଁ ମେସିନ୍ ଲଗାଯାଇଥିଲା l ଖାଲ ଦେଖାଯିବା ପରେ ଖନନ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଭଲ କଥା ହେଉଛି ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ନିରନ୍ତର ପାନୀୟ ଜଳ, ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି l ଟନେଲ ବାହାରେ ଆମ୍ବୁଲାନ୍ସ ଅଛି l ଶ୍ରମିକମାନଙ୍କୁ ବାହାରକୁ ନିଆଯିବା ପରେ ତୁରନ୍ତ ଚିକିତ୍ସା କରାଯିବ।