Site icon UTKAL PRATIDIN

ବଡ ସଡକ ଦୁର୍ଘଟଣା

WhatsApp Image 2023-08-30 at 10.36.17 (2)

ବିହାର : ଆଜି ସକାଳେ ବିହାରର ରୋହତସ୍ ଜିଲ୍ଲାର ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତ ବ୍ୟକ୍ତି ସମାନ ପରିବାର ର ବୋଲି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, କାରରେ ଥିବା ସମସ୍ତ ବ୍ୟକ୍ତି କୈମୁର ର କୁଡାରି ଗାଁର ବାସିନ୍ଦା ଥିଲେ।

ବୁଧବାର ସକାଳେ ସମସ୍ତେ ବୋଧ ଗୟା ଠାରୁ କୈମୁର କୁ ଆସୁଥିଲେ, କିନ୍ତୁ ପରେ କାରର ଡ୍ରାଇଭର ଅତ୍ୟନ୍ତ ନିଦ୍ରାରେ ଥିବା ହେତୁ ସେ ନିଜ ଭାରସ୍ୟାମ ହରାଇ ରାଜପଥରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲେ l ଯେଉଁକାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି l

ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ସାଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି l ସ୍କର୍ପିଓରେ ଥିବା ସମସ୍ତ ଲୋକ ବୋଧଗୟା ଠାରୁ କାଇମୁରକୁ ଫେରୁଥିଲେ ଏବଂ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।

Exit mobile version