Site icon UTKAL PRATIDIN

ଉଜୈନ ଘଟଣାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ..

IMG_20230928_194751

ମଧ୍ୟପ୍ରଦେଶ : ଉଜୈନରେ ଜଣେ ୧୨ ବର୍ଷର ଝିଅ ସହିତ ଯାହା ଘଟିଲା ସେଥିପାଇଁ ପୁରାସମାଜ ଏବେ ଲଜ୍ଜିତ l ଏହି ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ୧୨ ବର୍ଷର ଝିଅ ପ୍ରତି କ୍ରୁରତା ଦେଖାଉଥିଲେ ଅଭିଯୁକ୍ତ ମାନେ l

ଅତ୍ୟାଚାର ପରେ ଝିଅଟି ପ୍ରାୟ ଅଢେଇ ଘଣ୍ଟା ଧରି ଏକ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରାସ୍ତାକଡ଼ରେ ବୁଲୁଥିଲା l ପୀଡିତା ଆଠ କିଲୋମିଟର ଚାଲିକି ଶେଷରେ, ଝିଅଟି ମହକଲ ପୋଲିସ ଷ୍ଟେସନ ପରିସରରେ ବାଦନାଗର ରୋଡରେ ଥିବା ଦାଣ୍ଡି ଆଶ୍ରମ ନିକଟରେ ସାହାଯ୍ୟ ପାଇବାରେ ସକ୍ଷମ ହୋଇଥିଲା l

ସିସିଟିଭି ଭିଡିଓ ଉଜୈନର ତିରୁପତି ଡ୍ରିମଜ୍ କଲୋନୀରୁ ହୋଇଥିବା କୁହାଯାଉଛି। ଭିଡିଓରେ ଦେଖାଯାଇଥିବା ଜଣେ ବ୍ୟକ୍ତି ଝିଅକୁ ପଚରାଉଚରା କରୁଛନ୍ତି, କିନ୍ତୁ ବିବ୍ରତ ଝିଅଟି ଶୀଘ୍ର ଆଗକୁ ବଢୁଛି l ପୀଡିତାଙ୍କ କହିବାନୁସାରେ, ସେ ଜୀୱାନ ଖେରୀରେ ଏକ ଅଟୋରେ ବସିଥିଲେ। ଜୀଭାନ୍ ଖେରୀ ଠାରୁ ଦାଣ୍ଡି ଆଶ୍ରମ ପର୍ଯ୍ୟନ୍ତ ଆଠ କିଲୋମିଟର ଲମ୍ବା ମାର୍ଗର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା ଏବଂ ଶେଷରେ ପୋଲିସ ରାକେଶ ନାମକ 38 ବର୍ଷିୟ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି ।

ପୋଲିସ ରାକେଶଙ୍କ ଅଟୋରେ ରକ୍ତ ଦାଗ ମଧ୍ୟ ଜବତ କରିଛି। ଏହି ମାମଲାରେ ରାକେଶଙ୍କର ତିନି ସହଯୋଗୀ ଅଟୋ ଡ୍ରାଇଭରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ଉପରେ ଆଇନଗତ ପ୍ରତିବନ୍ଧକ: ଅଟୋରେ ମିଳିଥିବା ରକ୍ତ ଦାଗର ଫୋରେନସିକ୍ ଯାଞ୍ଚ କରାଯାଉଛି।

Exit mobile version