Site icon UTKAL PRATIDIN

ଟାଟାଙ୍କ ନାମରେ ନାମିତ ହେଲା ମହାରାଷ୍ଟ୍ର କୌଶଳ ବିକାଶ ବିଶ୍ୱବିଦ୍ୟାଳୟ

WhatsApp-Image-2024-10-14-at-12.02.33-PM-750x430

ଆରମ୍ଭ ହେବାକୁ ଯାଉଛି ମହାରାଷ୍ଟ୍ର ନିର୍ବାଚନ। ନିର୍ବାଚନ ପୂର୍ବରୁ ସିନ୍ଧେ କ୍ୟାବିନେଟରେ ବଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଶିଳ୍ପ ରତ୍ନ କୁହାଯାଉଥିବା ରତନ ଟାଟାଙ୍କୁ ମନେ ରଖିବା ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ମହାରାଷ୍ଟ୍ରରେ ଥିବା ମହାରାଷ୍ଟ୍ର କୌଶଳ ବିକାଶ ବିଶ୍ୱବିଦ୍ୟାଳୟର ନାମକୁ ରତନ ଟାଟାଙ୍କ ନାମରେ ଉତ୍ସର୍ଗ କରାଯିବା ନେଇ ନିଷ୍ପତି ନେଇଛନ୍ତି।

ସୂଚନା ଅନୁସାରେ, ୯ ଅକ୍ଟୋବର ୨୦୨୪ରେ ବିଶିଷ୍ଠ ଶିଳ୍ପପତି ରତନ ନାଭାଲ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କ ଜୀବନ କାଳ ମଧ୍ୟରେ ସେ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ସେଗୁଡିକ ମଧ୍ୟରୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣ ତଥା ୨୦୧୨ ମସିହାରେ ରକଫେଲାର ଫାଉଣ୍ଡେସନଦ୍ୱାରା ଆଜୀବନ ପାରଦର୍ଶିତା ପାଇଁ ପୁରସ୍କୃତ ହୋଇଥିବା ପ୍ରମୁଖ। ତେବେ ରତନ ଟାଟା ଦେହାନ୍ତ ପରେ ମହାରାଷ୍ଟ୍ର ସରକାର ଶୋକ ଘୋଷଣା କରିଥିଲେ।

Exit mobile version