
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି ।ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ ।ମହାରାଷ୍ଟ୍ରର ୨୮୮ ଆସନ ଲାଗି ଗତ ୨୦ରେ ସରିଥିଲା ଭୋଟ୍ । ଝାଡଖଣ୍ଡରେ ୮୧ ଆସନ ଲାଗି ୨ଟି ପର୍ଯ୍ୟାୟରେ ହୋଇଥିଲା ଭୋଟ୍ ।
ତେବେ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ମଧ୍ୟରୁ ୯୬ ଆସନରେ ଗଣତି ଜାରି ରହିଛି । ମହାୟୁତି ମେଣ୍ଟ ଏବେ ଶହେ ପାର କରି ଆଗରେ ରହିଛି । ପ୍ରାୟ ୫୦ ଆସନରେ ଆଗରେ ଚାଲିଛନ୍ତି ମେଣ୍ଟର ବିଭିନ୍ନ ଦଳର ପ୍ରାର୍ଥୀ । ବିଜେପି ନେତୃତ୍ବାଧୀନ ମେଣ୍ଟରେ ରହିଛନ୍ତି ଶିବସେନା (ସିନ୍ଦେ), ଅଜିତ ପାଓ୍ବାର-ଏନସିପି ।ଗଣତି ଆରମ୍ଭରୁ ବିଜେପି ପାର୍ଟି ମୁଖ୍ୟାଳୟରେ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଏଥି ସହିତ କଂଗ୍ରେସ ମିଳିତ ମଞ୍ଚ ୮୫ଟି ଆସନରେ ଆଗୁଆ ରହିଛି । ପୋଷ୍ଟାଲ ବାଲାଟ ଗଣାଯିବା ପରେ ‘ଇଭିଏମ’ ଗଣତି ଆରମ୍ଭ ।
ସେହିପରି ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତିର ପ୍ରାରମ୍ଭିକ ଧାରା ଅନୁସାରେ ରାଜ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳୁଛି । ରାଜ୍ୟରେ ୩୫ ଆସନରେ ବିଜେପି ମିଳିତ ମଞ୍ଚ ଆଗରେ ରହିଛି । ଜେଏମଏମ୍ ମିଳିତ ମଞ୍ଚ ୨୯ ଆସନରେ ଏବଂ ଅନ୍ୟମାନେ ୭ଟି ଆସନରେ ଆଗୁଆ ରହିଛନ୍ତି ।