Site icon UTKAL PRATIDIN

୨ଗୁଣା ବଢ଼ିଲା ଶ୍ରୀମନ୍ଦିର ମହାପ୍ରସାଦ ଦାମ

3174_1666012478

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଚିଠି କରାଯିବା ପରେ ଓମ୍ଫେଡ ଘିଅ ବ୍ୟବହାର କରାଯାଉଛି ।ଓମ୍ଫେଡ ଘିଅର ବ୍ୟବହାର ପରେ ମହାପ୍ରସାଦର ଦାମ ଦୁଇ ଗୁଣା ବଢିଯାଇଛି ।ଘିଅ ଅନ୍ନ, କାନିକା ଓ ଘିଅରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ସମେତ ଶୁଖିଲି ମହାପ୍ରସାଦ ଦାମ୍ ବଢ଼ିଯାଇଛି ।ପିଠା, ମଗଜ ଲଡ଼ୁ ପ୍ରଭୃତି ଘିଅ ଛଣା ମହାପ୍ରସାଦ ଦର ମଧ୍ୟ ବଢ଼ିଯାଇଛି ।

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏଭଳି ହୁହୁ ଦର ବଢ଼ିଯିବା ଶୁଣି ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁଆର ଓ ସେମାନଙ୍କ ସହଯୋଗୀମାନେ ଏଥିପାଇଁ ଓମ୍ଫେଡ୍ ବ୍ୟବହୃତ ଘିଅକୁ ଦାୟୀ କରୁଛନ୍ତି ।

Exit mobile version