ଭୁବନେଶ୍ଵର: ଆସନ୍ତା ୨୬ ତାରିଖରେ ପବିତ୍ର ମହାଶିବରାତ୍ରୀ। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ୨୬ ତାରିଖ ରାତି ୧୦ଟାରେ ଉଠିବ ମହାପ୍ରଭୁଙ୍କ ମହାଦୀପ। ୨୬ ତାରିଖ ଭୋର ୩ଟାରୁ ୩ଟା ୩୦ ମିନିଟ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଅନୁଷ୍ଠିତ ହେବ। ଭୋର ୩ଟା ୩୦ ମିନିଟରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ ହେବ। ସେହିପରି ଦିନ ୧୨ଟାରୁ ୧୨ଟା ୪୫ ମିନିଟ ପର୍ଯ୍ୟନ୍ତ ମହାସ୍ନାନ ଓ ବେଶ ନୀତି ଅନୁଷ୍ଠିତ ହେବ। ଦିନ ୧୨ଟା ୪୫ ମିନିଟରୁ ୨ଟା ୩୦ ମିନିଟ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ।
ଦିନ ୨ଟା ୪୫ ମିନିଟରୁ ୩ଟା ୪୫ ମିନିଟ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟା ୧୦ ମିନିଟରୁ ୭ଟା ୩୦ ମିନିଟ ମଧ୍ୟରେ ସନ୍ଧ୍ୟା ଆଳତୀ, ୭ଟା ୩୦ ମିନିଟରୁ ୮ଟା ୧୦ ମିନିଟ ଶ୍ରୀଜିଉଙ୍କ ମାଜଣା ନୀତି, ରାତି ୮ଟା ୧୦ ମିନଟରୁ ୮ଟା ୫୫ ମିନିଟ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି, ୮ଟା ୫୫ ମିନିଟରୁ ରାତି ୧୦ଟା ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥଜଳ ଅନୟନ ଓ ରାତି ୧୦ଟାରେ ମହାଦୀପ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହୋଇଛି।
ଜାଗର ଉପଲକ୍ଷେ ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡକୁ ନଜରରେ ରଖି ଲିଙ୍ଗରାଜ ମନ୍ଦିରରେ ୪୦ପ୍ଳାଟୁନ ଫୋର୍ସ ପୋଲିସ ମୁତୟନ ହେବ । ମନ୍ଦିର ସେବାୟତା ଏବଂ ଭିଆଇପିମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା। ଜୋତା ଷ୍ଟାଣ୍ଡ, ଭକ୍ତ ଶ୍ରଦ୍ଧାଳୁ ମାନେ ଯେପରି ବିନା ଦ୍ଵିଧାରେ ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ ସେ ଉପରେ ଦୃଷ୍ଟି ଦିଆଯାଇଛି। ସେହିପରି ଅଗ୍ନିଶମ ସେବା, ଲାଇଭ ଟେଲିକାଷ୍ଟ, ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପରେ ଜିଲ୍ଲାପାଳ ଓ ମନ୍ତ୍ରୀ ଗୁରୁତ୍ୱାରାପ କରିଛନ୍ତି।