Site icon UTKAL PRATIDIN

ଚଳ ଚଞ୍ଚଳ ହେଲା ମା ମାଣିକେଶ୍ବରୀ ପୀଠ

Manikeswar_Temple_31da2276e86715c970_cmprssd

କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ।ମା ମାଣିକେଶ୍ବରୀଙ୍କ ପାଖରେ ଲାଗି ହୋଇଛି ନବାନ୍ନ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଥାଏ ବୋଲି ମାଣିକେଶ୍ୱରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସମସ୍ତ ଅଞ୍ଚଳବାସୀ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗାଇ ନୂଆଁ ଖାଇବେ ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ଅନୁଷ୍ଠିତ ହେଉଛି ।କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ପର୍ବ ପାଳନ ହେଇସାରିଛି ।

Exit mobile version