Site icon UTKAL PRATIDIN

ଭାରତ ଇତିହାସରେ ପ୍ରଥମ: ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ୍

Capture

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ । ଯୁଦ୍ଧ ବିମାନ ଉଡାଇବେ ତନୁଷ୍କା । ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ଫାଇଟର ଜେଟ ସ୍କ୍ୱାଡରରେ ସ୍ଥାୟୀ ନିଯୁକ୍ତି ପାଇଥିବା ପ୍ରଥମ ମହିଳା ପାଇଲଟ ଭାବେ ଗୈାରବ ଅର୍ଜନ କରିଛନ୍ତି । ଏହା କେବଳ ତାଙ୍କର ବ୍ୟକ୍ତିଗତ ସଫାଳତା ନୁହେଁ ବରଂ ଭାରତୀୟ ବାୟୁସେନାରେ ଯୋଗ ଦେଉଥିବା ମହିଳାମାନଙ୍କ ମଧ୍ୟରେ ବଡ ସଂଙ୍କେତ ତଥା ଅନ୍ୟମାନଙ୍କ ପାଇଁ ପ୍ରେରଣା । ତନୁସ୍କାଙ୍କର ପିଲାଟି ବେଳୁ ଇଚ୍ଛା ରହିଥିଲା ଦେଶ ସେବାରେ ନିୟୋଜିତ ହେବା । ପୂର୍ବରୁ ତାଙ୍କ ପରିବାରରେ ତାଙ୍କ ବାପା ଏବଂ ଜେଜେ ବାପା ମଧ୍ୟ ଭାରତୀୟ ସେନାରେ ନିୟୋଜିତ ଥିଲେ ।

ତନୁସ୍କା ଉତ୍ତରପ୍ରଦେଶର ହୋଇଥିବା ବେଳେ ବେଳେ ସେ ୨୦୭୭ରେ ମାଙ୍ଗାଲୁରେ ରହୁଛନ୍ତି । ସୁରତକାଲର ଊଚଝ ଗଜଚଖ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ ଏବଂ ତା’ପରେ ମାଙ୍ଗାଲୁରୁର ଶାରଦା ଚଟ କଲେଜରୁ ଅଧିକ ପାଠପଢ଼ିଥିଲେ। ୨୦୨୨ ମସିହାରେ, ସେ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ।

ପ୍ରାରମ୍ଭରେ ତନୁଷ୍କାଙ୍କ ସ୍ୱପ୍ନ ଥିଲା ଭାରତୀୟ ସେନାରେ ଯୋଗଦେବା, କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ଭାରତୀୟ ବାୟୁସେନାରେ ମହିଳାମାନଙ୍କ ପାଇଁ କ’ଣ ସୁଯୋଗ ଅଛି, ସେ ତାଙ୍କର ଲକ୍ଷ୍ୟ ବଦଳାଇ ଦେଲେ। ସେ ତାମିଲନାଡୁର ଡୁଣ୍ଡିଗାଲରେ ଥିବା ବାୟୁସେନା ଏକାଡେମୀରେ କଠୋର ତାଲିମ ନେଇଥିଲେ, ତାପରେ ସେ ହକ୍ ଏମକେ ୧୩୨ ବିମାନ ଉପରେ ସ୍ୱତନ୍ତ୍ର ତାଲିମ ପାଇଥିଲେ ।ଏହି ଲଢ଼ୁଆ ବିମାନ ଭାରତୀୟ ବାୟୁସେନା ନୌବାହିନୀରେ ଏହାର କୌଶଳଗତ ଆକ୍ରମଣ କ୍ଷମତା ଏବଂ ସଠିକ ଆକ୍ରମଣ ଶକ୍ତି ପାଇଁ ଜଣାଶୁଣା। ତନୁଷ୍କା ଖୁବ୍‌ଶୀଘ୍ର ତାଙ୍କ ସ୍କ୍ୱାର୍ଡନରେ ସକ୍ରିୟ ଡ୍ୟୁଟିରେ ନିୟୋଜିତ ହେବେ।

Exit mobile version