
ମଣିପୁର: ମଣିପୁର ଲୋଙ୍ଗପି ଗାଁରେ ତିଆରି ହେଉଥିବା ସ୍ୱତନ୍ତ୍ର ଶୈଳୀର ବାସନ ସାରା ବିଶ୍ୱରେ ସୃଷ୍ଟିକରିଛି ବିସ୍ମୟ । ମାଇକ୍ରୋୱେଭ ପାଇଁ ସ୍ୱତନ୍ତ୍ର ପ୍ରକାର ବାସନ ଆବଶ୍ୟକ ପଡୁଥିବା ବେଳେ ଏହି ଗାଁର ନିର୍ମିତ ପାରମ୍ପରିକ ବାସନ ମାଇକ୍ରୋୱେଭ ପାଇଁ ଅନୁକୂଳ ଥିବା ଜଣାଯାଇଛି ।
ଆମେ ସମସ୍ତେ ଜାଣନ୍ତି ଯେ ମାଇକ୍ରୋୱେଭ ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଏଥିରେ ବ୍ୟବହୃତ ବାସନ ଅଲଗା ହୋଇଥାଏ । କିନ୍ତୁ ମଣିପୁର ର ଏହି ଗାଁରେ ମାଇକ୍ରୋୱେଭ ଆସିବାର ଶହେ ବର୍ଷ ପୂର୍ବରୁ ତିଆରି କରାଯାଉଥିବା ବାସନ ଏହା ପାଇଁ ଅନୁକୂଳ ହେଉଛି ।
ବର୍ତ୍ତମାନ ସମୟରେ ମାଇକ୍ରୋୱେଭ କେବଳ ସହରରେ ସୀମିତ ହୋଇ ରହିନାହିଁ । ଗାଁ ଗାଁରେ ଏହାର ଉପସ୍ଥିତି ଦେଖିବାକୁ ମିଳୁଛି । ମାଇକ୍ରୋୱେଭ ଥାଉକି ନ ଥାଉ ଏହାର ବାସନ କୁସନ ଲୋକେ ଘର ମାନଙ୍କରେ ରଖିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏକଥା ସତ ଯେ ଶହେ ବର୍ଷ ତଳେ ମଣିପୁର ର ଦୁଇଟି ଗାଁ ଏଭଳି ବାସନ ତିଆରିରେ ମାହୀର ଥିଲେ ।
ମଣିପୁରର ପ୍ରସିଦ୍ଧ ଏହି କଳାବାସନ ଲାଙ୍ଗିପି କଜୁଇ ଏବଂ ଲଂଗପି କ୍ୟୁଲ୍ଲେନ ଗାଁରେ ତିଆରି ହୁଏ । ପଥର ଓ ମାଟିର ମିଶ୍ରଣରେ ଏହା ତିଆରି ହୁଏ । ଏବେ ବି ଏହି ଗାଁର ଶତାଧିକ ପରିବାର କୌଳିକ ବୃତ୍ତି ଭାବେ ବାସନ ତିଆରିକୁ ଜୀବିକାର ମୁଖ୍ୟ ଉତ୍ସ କରିଛନ୍ତି ।