ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।ଆଜି ସକାଳେ ରଘୁନାଥ ଓ ତାଙ୍କର ଅନ୍ୟ ୨ସହଯୋଗୀ ନିଜ ଘର ବାରଣ୍ଡାରେ ଶୋଇଥିଲେ। ଏହି ସମୟରେ ହାତୀଟି ରଘୁନାଥଙ୍କୁ ଟେକି କଚାଡି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟ ୨ଜଣ ମଧ୍ୟ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି।ସେହିପରି ମୋରଡା ଥାନା ଉଲିଡିହି ଗାଁରେ ଜଣେ ମହିଳାଙ୍କ ଜୀବନ ନେଇଛି ଦନ୍ତା। ସକାଳୁ ମହିଳା ଜଣଙ୍କ ଘର ଝାଡୁ କରୁଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ। ଗତ କିଛି ଦିନ ହେବ ବାରିପଦା ବନଖଣ୍ଡର ଦେଉଳି, ରାସଗୋବିନ୍ଦପୁର ଏବଂ ବେତନଟୀ ଆଦି ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି।
ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଡୁ ହାତୀପଲ ଆସି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି।ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗୁଥିବାରୁ ବନପକ୍ଷକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

