Site icon UTKAL PRATIDIN

ରାଜ୍ୟ ସରକାରଙ୍କ ବଡ ନିଷ୍ପତି, ମାଣ୍ଡିଆରୁ ତିଆରି ହେବ ମଦ

Capture

ଭୁବନେଶ୍ଵର: ଓଡିଶାରେ ମାଣ୍ଡିଆରୁ ତିଆରି ହେବ ମଦ ।  ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର ।   2025-26 ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବ ଶୀଘ୍ର ଏ ନେଇ ରାଜ୍ୟ ଶିଳ୍ପ ବିଭାଗ ସହ ହେବ ଆଲୋଚନା ।  ମାଣ୍ଡିଆ, ଯଅ, ବାଜ୍ରା ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଏ ନେଇ ହୋଇଛି ଅବକାରୀ ବିଭାଗର ଆଲୋଚନା ।

ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ୱସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର  ।  ଏହା ଦ୍ୱାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ବଢିବ ଓଡିଶାରେ ତିଆରି ମଦର ରପ୍ତାନି ।  ଯେଉଁ କମ୍ପାନୀ ମହୁଲ, ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବେ ତାଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର ।  ସେହିପରି ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ଓଡିଶାରେ ପ୍ରତିଷ୍ଠା ହେଇ ପାରିବ ସେ ଦିଗରେ ବୈଠକରେ ଆଲୋଚନା ହୋଇଛି ।

ସେହିପରି ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତ୍ତନ କରାଯିବ ସେ ନେଇ ଆଲୋଚନା ହୋଇଛି ।  ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଅବକାରୀ କମିଶନର ଓ ବହୁ ଷ୍ଟେକ ହୋଲଡର ଉପସ୍ଥିତି ଥିଲେ ।

Exit mobile version