ଓଡ଼ିଆ ଅସ୍ମିତା ଦ୍ୱାହି ଦେଇ ବାରମ୍ବାର ବିଜେଡିକୁ ଟାର୍ଗେଟ କରୁଥିଲା ବିଜେପି ।ଏହାକୁ ନିର୍ବାଚନୀ ଅସ୍ତ୍ର କରି ଜିତିବା ସହ ଶାସନକୁ ମଧ୍ୟ ଆସିଛି ବିଜେପି ସରକାର । ମାତ୍ର ନିର୍ବାଚନ ଜିତିବା ପରେ ଓଡ଼ିଆ ଅସ୍ମିତା କୁ ଅପମାନ ଓ ଲଜ୍ଜିତ କରୁଛନ୍ତି ମନ୍ତ୍ରୀ ।ମନ୍ତ୍ରୀ ଓଡ଼ିଆ ଲେଖିକି ପଢିପାରୁନାହାଁନ୍ତି, ଚିହ୍ନିପାରୁନାହାଁନ୍ତି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମଧ୍ୟ ଇଂରାଜୀ କହିପାରୁନାହାନ୍ତି ।ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଓଡ଼ିଆ ଜାଣିନାହାଁନ୍ତି, ହେଲେ ଆମକୁ ଓଡ଼ିଆ ଅସ୍ମିତା ପାଠ ପଢାଇବାକୁ ଆସିଛନ୍ତି ।
ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଉଛନ୍ତି ସତ ମାତ୍ର ନିର୍ଦେଶ ନବାକୁ। ରାଜ୍ୟବାସୀ ମଧ୍ୟ ଜାଣିସାରିଲେଣି ବିଜେପି ସରକାର ମିଛ କହି ଲୋକଙ୍କୁ ଭ୍ରମିତ କରି ନିର୍ବାଚନ ଜିତିଛି କିନ୍ତୁ ପ୍ରତିଶ୍ରୁତି ପାଳନ କରିବା ନାହିଁ । ଆଜି ଲେଖାଶ୍ରୀ ପ୍ରେସମିଟ କରି ବିଜେପି ଉପରେ ପ୍ରଶ୍ନ ଉଠାଇବା ସହ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇଛନ୍ତି ।