ଆଜି ସକାଳେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ହୋଇଛି।ଏହି ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ବେଳେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି ।ସୂଚନା ମୁତାବକ ,ମହିଳାମାନେ ଆଜି ସକାଳେ ବିଲରେ ଧାନ ରୋଇବାକୁ ଯାଇଥିଲେ । ବିଲରେ ଥିବା ସମୟରେ ବର୍ଷା ସାଙ୍ଗକୁ ପ୍ରବଳ ବଜ୍ରପାତ ହୋଇଥିଲା।୮ଜଣ ମହିଳା ବିଲରେ ଅଚେତ ହୋଇ ପଡ଼ିଯାଇଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଉଦ୍ଧାର କରି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ କୁମ୍ପିଙ୍କଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ତାଙ୍କ ଘର ରାମଚଣ୍ଡୀ ଥାନା ଅନ୍ତର୍ଗତ ଭୁଆଁ ଗ୍ରାମରେ ବୋଲି ସୂଚନା ମିଳିଛି । କୁମ୍ପିଙ୍କ ମୃତ୍ୟୁରେ ସାରା ପରିବାର ଭାଙ୍ଗି ପଡିଛି।
ବଜ୍ରପାତ ନେଲା ମହିଳାଙ୍କ ଜୀବନ

Storm and lightning on the green field