ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ୱାଦା ଗାଁରେ ଘଟିଛି ଏକ ଦୁଖଦ ଘଟଣା । ୱାଦା ଗ୍ରାମର ହରିଶ ମାଲିକ ଆଜି ସକାଳୁ ବିଲ କାମ କରିବାକୁ ଯାଇଥିଲାବେଳେ ବଜ୍ରପାତର ଶିକାର ହୋଇଥିଲେ ।ଘଟଣା ସ୍ଥଳରୁ ପରିବାରଲୋକେ ତାଙ୍କୁ ସୋରୋ ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ,ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୩ଜଣ ଆହତ ହୋଇଛନ୍ତି ।ସମସ୍ତେ ଗୋଟେ ପରିବାରର ବୋଲି ସୂଚନା ମିଳିଛି । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିଲେ।ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ସହ ଆହତଙ୍କ ଖର୍ଚ ରାଜ୍ୟ ସରକାର ବହନ କରିବେ ।