UTKAL PRATIDIN

ଡାନିଏଲ ଓ ଡେରନା କବଳରେ ଲିବିଆ, ୫ ହଜ଼ାର ମୃତ୍ୟୁ

ଲିବିଆର ଭୟଙ୍କର ବାତ୍ୟା ଡାନିଏଲ ପରେ ଆସିଥିବା ବନ୍ୟା ଡେରନା ସହରରେ ବ୍ୟାପକ ଧ୍ୱଂସ ଘଟାଇଛି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଆବୁ-ଲାମୋଶାଙ୍କ ଅନୁଯାୟୀ, ଡେରନା ରେ ମୃତ୍ୟୁ ସଂଖ୍ୟା ୫,୩୦୦ ରୁ ଅଧିକ ହୋଇଛି । ଏହାପୂର୍ବରୁ ଆମ୍ବୁଲାନ୍ସ କର୍ତ୍ତୃପକ୍ଷ ମୃତ୍ୟୁ ସଂଖ୍ୟା ୨୩୦୦ ରେ ରଖିଥିଲେ।

ଆସିଥିବା ଭୟଙ୍କର ବନ୍ୟା ଡେରନା ଡ୍ୟାମକୁ ଭାଙ୍ଗି ରବିବାର ଦିନ ସମଗ୍ର ସହରର ଅଞ୍ଚଳକୁ ଧୋଇ କି ଚାଲିଗଲା l ବର୍ତ୍ତମାନ ପର୍ଯ୍ୟନ୍ତ ଡେରନାରେ ୧୫୦୦ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଏହାଠାରୁ ବହୁତ ଅଧିକ ହେବାର ମଧ୍ୟ ସମ୍ଭାବନା ରହିଛି ।

ଆନ୍ତର୍ଜାତୀୟ ସଂଗଠନ ରେଡ କ୍ରସ୍ ଏବଂ ରେଡ କ୍ରେସେଣ୍ଟ ସୋସାଇଟି ଅନୁଯାୟୀ ବନ୍ୟା ଯୋଗୁଁ ପ୍ରାୟ ୧୦ ହଜାର ଲୋକ ନିଖୋଜ ଅଛନ୍ତି । ବିପର୍ଯ୍ୟୟ ବ୍ୟାପାର ମନ୍ତ୍ରୀ ହିଚେମ ଚିକିଓତ କହିଛନ୍ତି, ଡେରନା ରେ ଭୟଙ୍କର ବନ୍ୟା ଦେଖିବା ପରେ ମୁଁ ଫେରି ଆସିଛି l ମୃତ ଦେହ ଚାରିଆଡେ ବିଛାଡି ହୋଇ ରହିଛି। ଡାକ୍ତରଖାନାରେ ମୃତଦେହ ରଖିବା ପାଇଁ ସ୍ଥାନ ଅଭାବ ରହିଛି l କ୍ଷୟକ୍ଷତିର ପ୍ରକୃତ ସଂଖ୍ୟା ବହୁତ ଅଧିକ l

ଚିକିଓତ ଏହା ମଧ୍ୟ କହିଛନ୍ତି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସହରକୁ ବିପର୍ଯ୍ୟୟ କ୍ଷେତ୍ର ଘୋଷଣା କରାଯାଇଛି । ବନ୍ୟା ଯୋଗୁଁ ପୂର୍ବ ଲିବିଆର ଅନେକ ସହରରେ ଘର ଏବଂ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଯାଇଛି।

ଲିବିଆରେ ଆମେରିକାର ସ୍ୱତନ୍ତ୍ର ଦୂତ ରିଚାର୍ଡ ନର୍ଟନ୍ କହିଛନ୍ତି ଯେ ଜାତିସଂଘର ସହଭାଗୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଆମେ ଲିବିଆକୁ ସହାୟତା ପଠାଉଛୁ। ଇଜିପ୍ଟ, କାତାର, ଇରାନ ଏବଂ ଜର୍ମାନୀ ମଧ୍ୟ ବନ୍ୟା ପ୍ରଭାବିତ ଲିବିଆକୁ ସହାୟତା ପଠାଇବାକୁ କହିଛନ୍ତି।

Exit mobile version