ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି ।ଶ୍ରୀମନ୍ଦିରରେ ମହାପ୍ରସାଦ ହେଉ ଅବା ଦୀପର ବ୍ୟବହାର ନିମନ୍ତେ ଓମ୍ଫେଡ ଘିଅ ର ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି ।ଓମ୍ଫେଡ୍ ବ୍ୟତୀତ ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ପଶିବନି । ତେଣୁ ଯଥେଷ୍ଟ ପରିମାଣରେ ଓମ୍ଫେଡ୍ ଘିଅ ଶ୍ରୀମନ୍ଦିରକୁ ଯୋଗାଇ ଦେବା ନିମନ୍ତେ ଏକ ଡିପୋର ବ୍ୟବସ୍ଥା କରାଯାଉ ।
ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

