Site icon UTKAL PRATIDIN

୧୯ଟି ବିରୋଧୀ ଦଳର ନେତା ଉଦ୍‌ଘାଟନକୁ କଲେ ବର୍ଜନ

6

କଂଗ୍ରେସ, ‘ଆପ୍‌’, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍‌) ସମେତ ୧୯ଟି ବିରୋଧୀ ଦଳ ମେ ୨୮ ତାରିଖରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ଉତ୍ସବ ବର୍ଜନ କରିବେ ବୋଲି ଆଜି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ବାରା ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଜାରି କରିଥିବା ମିଳିତ ବିବୃତିରେ ବିରୋଧୀ ଦଳମାନେ କହିଛନ୍ତି।

ସେହିପରି, ‘ଏନ୍‌ସିପି’, ‘ସିପିଆଇ(ଏମ୍‌)’, ‘ଆର୍‌ଜେଡି’, ‘ଆଇୟୁଏମ୍‌ଏଲ୍‌’, ‘ଏନ୍‌ସି’, ‘ଆର୍‌ଏସ୍‌ପି’ ଏବଂ ‘ଏମ୍‌ଡିଏମ୍‌କେ’ ମଧ୍ୟ ନୂତନ ସଂସଦ ଭବନ ଉଦ୍‌ଘାନଟରେ ଯୋଗ ଦେବେ ନାହିଁ ବୋଲି ଉକ୍ତ ଇସ୍ତାହାରରେ ଉଲ୍ଲେଖ ଅଛି।

ସଦ୍ୟତମ ସୂଚନା ଅନୁସାରେ, ଆଜି ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଦେଶ ପ୍ରତି ନୂତନ ସଂସଦ ଭବନ ଉତ୍ସର୍ଗ କରିବେ। ରେକର୍ଡ ସମୟ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ‌ସମ୍ପନ୍ନ ହୋଇଛି ଏବଂ ଏହାକୁ ନିର୍ମାଣ କରିଥିବା ୬୦,୦୦୦ ଶ୍ରମଜୀବୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ମାନିତ କରିବେ।

Exit mobile version