UTKAL PRATIDIN

ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା, ମଦ ଦୋକାନରେ ପଡିବ ତାଲା

ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବାକୁ ନେଇ ସରକାର ବଡ ନିଷ୍ପତ୍ତି ନେଇଛନ୍ତି ।ରାଜ୍ୟରେ ଚୋରା ମଦ ବିକ୍ରି ଓ ଚାଲାଣ ରୋକିବାକୁ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ଆଗାମୀ ବର୍ଷ ଠାରୁ ଚୋରା ମଦ ଚାଲାଣ ରୋକିବାକୁ କଡା ନିୟମ ନିଆଯିବ ।ଏହାସହିତ ମଦନୀତିକୁ ନେଇ ଯାହା କିଛି ସମସ୍ୟା ରହିଥିଲା ତାକୁ ସମାଧାନ କରିବା ଦିଗରେ ରସାରାକର କାର୍ଯ୍ୟ କରୁଛନ୍ତି ବୋଲି ଆଇନି ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ମଦରୁ ସର୍ବାଧିକ ରାଜସ୍ବ ସଂଗ୍ରହ କରୁଛନ୍ତି ।ମାତ୍ର କରୋନା ମହାମାରୀ ସମୟରେ ମଦ ଦ୍ୱାରା ସରକାରଙ୍କ ରାଜସ୍ବ ସଂଗ୍ରହରେ କୌଣସି କ୍ଷତି ହୋଇନଥିଲା ତେବେ ମଦ ଦୋକାନରେ ତାଲା ପଡିଲେ ରାଜ୍ୟର ରାଜସ୍ବ ଉପରେ କେତେ ପ୍ରଭାବ ପକାଇବା ତାହା ଜନସାଧାରଣରେ ଚର୍ଚାର ବିଷୟ ପାଲଟିଛି ।

Exit mobile version