ମୁମ୍ବାଇ: ବିବାହ କରିବେ ଫେମସ୍ ୟୁଟ୍ୟୁବର୍ ଏଲଭିସ୍ ଯାଦବ୍ । ଚଳିତ ବର୍ଷ ହିଁ ପଡିବ ହାତଗଣ୍ଠି । ନିଜ ପ୍ରେମିକାଙ୍କ ସହ କରିବେ ବିବାହ । ଦେଲେ ବଡ ସୂଚନା । ‘ଲାଫଟର୍ ସେଫ୍ ୨- ଅନଲିମିଟେଡ୍ ଏଣ୍ଟରଟେନମେଣ୍ଟ’ ପ୍ରାୟ ଅନେକ ଲୋକଙ୍କର ପସନ୍ଦ। ନିକଟରେ ସିଜିନ ୨ରେ ପୂର୍ବ ସିଜିନର କିଛି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେହି ସମୟରେ, ରୁବିନା ଦିଲାଇକ୍, ମନ୍ନାରା ଚୋପ୍ରା, ଅବଦୁ ରୋଜିକ୍ ଏବଂ ଏଲଭିଶ୍ ଯାଦବ ମଧ୍ୟ ନଜର ଆସିଥିଲେ । ଶୋରେ ସେଲିବ୍ରିଟିମାନେ ଖୁବ୍ ମଜାମସ୍ତି କରିବା ସହ ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିଥିଲେ ।
ତେବେ ଗତ କିଛି ଦିନ ଧରି ଏଲଭିଶଙ୍କ ନାମ ସହ ଅବଦୁଙ୍କ ମିଶାଇ ଚର୍ଚ୍ଚା ବଢିଛି । ଦୁହେଁ ଏକାଠି କାମ ମଧ୍ୟ କରୁଛନ୍ତି। ସେପଟେ ଏହି ଶୋ’ ସମୟରେ, ଏଲଭିଶ ଯାଦବ ତାଙ୍କ ପ୍ରେମିକାଙ୍କ ବିଷୟରେ କହିଛନ୍ତି । ଏଥିସହ ସେ ତାଙ୍କ ବିବାହକୁ ନେଇ ମଧ୍ୟ ବଡ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଶୋ’ର ଏକ ପ୍ରୋମୋ ଭାଇରାଲ ହେଉଛି । ଯେଉଁଥିରେ ଭାରତୀ ସିଂହ ଏଲଭିଶଙ୍କୁ କହୁଛନ୍ତି ଯେ ଏଲଭିଶ, ମୁଁ ୨୦୨୫ରେ ତୁମର ପ୍ରେମିକାକୁ ଭେଟିବାକୁ ଚାହୁଁଛି, ଦୟାକରି ମୋତେ ତାଙ୍କ ସହିତ ପରିଚୟ କରାଅ। ଯାହାର ଉତ୍ତରରେ ଏଲଭିଶ କହିଛନ୍ତି ଯେ, ହଁ ନିଶ୍ଚୟ, ମୁଁ ତୁମକୁ ୨୦୨୫ରେ ବିବାହକୁ ନିମନ୍ତ୍ରଣ କରିବି। ଏହା ଶୁଣିବା ପରେ ଭାରତୀ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏବଂ ସମସ୍ତ ତାରକାମାନେ ମଧ୍ୟ ହସୁଥିବା ଦେଖିବାକୁ ମିଳୁଛି ।
ତେବେ କହି ରଖୁଛୁ ଯେ, ଏଲଭିଶ ଯାଦବ ତାଙ୍କ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୁପ୍ତ ରଖନ୍ତି । ଆଜି ପର୍ଯ୍ୟନ୍ତ ସେ ତାଙ୍କ ପ୍ରେମିକାଙ୍କ ନାମ ମଧ୍ୟ ପ୍ରକାଶ କରିନାହାଁନ୍ତି । କିନ୍ତୁ ଲାଫଟର୍ ସେଫରେ ସେ ସ୍ୱୀକାର କରିଛନ୍ତି ଯେ ତାଙ୍କର ପ୍ରେମିକା ଅଛନ୍ତି ବା ସେ ପ୍ରେମ ସମ୍ପର୍କରେ ବାନ୍ଧି ହୋଇ ଅଛନ୍ତି।