Site icon UTKAL PRATIDIN

ବିଳମ୍ବରେ ଖୋଲିଲା ଶ୍ରୀମନ୍ଦିର ଦ୍ୱାର,ପ୍ରତିହାରୀ ସେବାୟତଙ୍କୁ ନୋଟିସ

IMAGE_1629974929

ଶ୍ରୀମନ୍ଦିର ଦ୍ୱାର ଫିଟେଇବାକୁ ଆସୁଥିବା ପ୍ରତିହାରୀ ସେବକ ବିଳମ୍ବରେ ଆସିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି ।ନିର୍ଧାରିତ ସମୟର ୧୫ମିନଟ ବିଳମ୍ବରେ ଆସିଥିବାରୁ ବଡଦ୍ୱାର ପ୍ରତିହାରୀ ଶିବ ଶଙ୍କର ମହାପାତ୍ରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିବା ସହ ଜବାବ ମାଗିଛି ।

ଶ୍ରୀମନ୍ଦିର ଦ୍ୱାର ଫିଟାରେ ବିଳମ୍ବ ହେବାରୁ ସେବା କାର୍ଯ୍ୟ ନୀତିକାନ୍ତି ଓ ମହାପ୍ରସାଦ ବାହାରିବାରେ ମଧ୍ୟ ବିଳମ୍ବ ହୋଇଥାଏ ।ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଦ୍ୱାରଫିଟା ବିଳମ୍ବ ହେବାକୁ ନେଇ ଅଭିଯୋଗ କରିଥିଲେ ।ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ମଧ୍ୟ କରିଥିଲେ ।ଏହି କାରଣରୁ ତାଙ୍କୁ ନୋଟିସ କରାଯାଇଥିବା କୁହାଯାଉଛି ।

Exit mobile version