Site icon UTKAL PRATIDIN

ଘୋଷଣା ହେଲା ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ

subhadra-2-750x370

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୁଭଦ୍ରା ଯୋଜନାର ଡେଡଲାଇନ ଆସନ୍ତା ମାର୍ଚ୍ଚ ୭ ତାରିଖରେ ବୋଲି ଘୋଷଣା କରିଛନ୍ତି। ୨୦୨୫ ମସିହା ମାର୍ଚ୍ଚ ୭ ତାରିଖ ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ ରହିଛି । ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୪୬ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିସାରିଛି। ମାର୍ଚ୍ଚ ୮ରୁ ଦ୍ଵିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ।

ରବିବାର ସୁନ୍ଦରଗଡ଼ରେ ‘ସୁଭଦ୍ରା’ ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ‘ସୁଭଦ୍ରା’ରେ ରାଜ୍ୟର ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଥିବା ବେଳେ ସୁନ୍ଦରଗଡ଼ର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଅଧିକ ମହିଳା ପ୍ରଥମ କିସ୍ତି ସହାୟତା ପାଇଛନ୍ତି।

Exit mobile version