Site icon UTKAL PRATIDIN

ଘରୋଇ ବସ ମାଲିକଙ୍କ ଚିନ୍ତା ବଢ଼ାଇଛି ଲଷ୍ମୀ ଯୋଜନା

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ_20230927_194116_0000

ଭୁବନେଶ୍ୱର : ଅକ୍ଟୋବର ୧୦ରେ ସାରା ରାଜ୍ୟରେ କରାଯିବ ବସ୍‌ ଧର୍ମଘଟ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯାଉଛି । ରାଜ୍ୟ ସରକାର ଆରମ୍ଭ କରିଥିବା ଲଷ୍ମୀ ଯୋଜନାରେ ଏବେ ବିଭିନ୍ନ ସ୍ଥାନରେ ସରକାରୀ ବସ ଚଳାଚଳ ଆରମ୍ଭ ହେବ l ଯେଉଁଥିପାଇଁ ଏବେ ଘରୋଇ ବସ ମାଲିକମାନେ ଚିନ୍ତାରେ l ତେବେ ଏନେଇ ବସ୍‌ ମାଲିକ ସଂଘର ଏକ ବୈଠକ ବସିଥିଲା l ବୈଠକରେ ଧର୍ମଘଟ ନେଇ ନିଷ୍ପତ୍ତି ହେବା ପରେ ଏନେଇ ସୂଚନା ଦିଆଯାଇଛି ।

ଲଷ୍ମୀ ଯୋଜନା ଦ୍ୱାରା ପ୍ରଥମେ ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଅବସରରେ ମାଲକାନଗିରିରୁ ବସ ଚଳାଚଳର ଶୁଭାରମ୍ଭ ହେବ l ତେଣୁ ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ପ୍ରଥମେ ବସ୍‌ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାପରେ ଅକ୍ଟୋବର ୧୦ରେ ସାରା ରାଜ୍ୟରେ ଚକା ଜାମ କରାଯିବ l ସେଦିନ ରାଜ୍ୟ ସାରା କୌଣସି ବସ ଗଡ଼ିବ ନାହିଁ l

Exit mobile version