Site icon UTKAL PRATIDIN

ଲକ୍ଷ୍ମୀ ଯୋଜନା:ଆସନ୍ତା ୨ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ!

mo-bus-to-rourkela

ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନରେ ମାଲକାନଗିରି ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୋମବାର ଭୁବନେଶ୍ୱରରୁ ମାଲକାନଗିରି ଜିଲାକୁ ପ୍ରଥମେ ଲକ୍ଷ୍ମୀ ଯୋଜନାରେ ବସ୍‌ ଯାଇ ପହଞ୍ଚିଛି। ମାଲକାନଗିରି ଜିଲାରେ ମୋଟ ୩୬ଟି ବସ୍‌ ଏହି ଯୋଜନାରେ ଚାଲିିବାକୁ ଥିବା ବେଳେ ଯଥାଶୀଘ୍ର ସମସ୍ତ ବସ୍‌ ପହଞ୍ଚିବ ବୋଲି ଦାୟିତ୍ୱରେ ଥିବା ଇଞ୍ଜିନିୟର ବିଭୁ ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଜିଲାକୁ ସମସ୍ତ ୩୬ଟି ବସ୍‌ ଆସିବା ପରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଓଏସ୍‌ଆର୍‌ଟିସି ରାଜ୍ୟ ମୁଖ୍ୟ ଏବଂ ଜିଲାପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହାର ଉଦ୍‌ଘାଟନ କରିବେ ବୋଲି ତ୍ରିପାଠୀ ସୂଚନା ଦେଇଛନ୍ତି । ତେବେ ପ୍ରଥମେ ଏହି ଯୋଜନା ମାଧ୍ୟମରେ ବସ ମାଲକାନଗିରିରେ ପହଞ୍ଚି ଥିବାରୁ ଏହାକୁ ନେଇ ଜିଲାରେ ଖୁସି ପ୍ରକାଶ ପାଇଛି।

Exit mobile version