Site icon UTKAL PRATIDIN

ବନ୍ଦ ହେଲା ଲକ୍ଷ୍ମୀ ବସ ଚଳାଚଳ

lakhmi


ଲକ୍ଷ୍ମୀ ବସ ଚଳାଚଳକୁ ନେଇ ଚାଲିଥିବା ବିବାଦରେ ଲାଗିଗଲା ଫୁଲୁସ୍ଟପ ।ମାଲକାନଗିରିରେ ଆଉ ଗଡିବନି ଏସି ଲକ୍ଷ୍ମୀ ବସ ।ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ୬ଟି ରୁଟରେ ବସ ଚଳାଚଳ ବାତିଲ ହୋଇଛି ।ସବୁ ବସ ଅପରେଟର ଏହାକୁ ମାନିବା ପାଇଁ ନିର୍ଦେଶ ଦିଆଯାଇଛି ।ଏନେଇ ଅଗଷ୍ଟ ୧ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ବ୍ଲକ ରୁ ଜିଲ୍ଲା ସଦର ମହକୂମାକୁ ଚାଲୁଥିବା ସଂ,ଅସ୍ତ ବାସ ସେବା ବାତିଲ ହୋଇଛି ।ସାରା ରାଜ୍ୟରେ ୫୭ଟି ଏସି ବସ ଚଳା ଚଳ କରୁଥିଲା ସେଥିମଧ୍ୟରୁ ୨୮ଟି ବସ ଚଳାଚଳକୁ ବନ୍ଦ କରାଯାଇଛି ।

ସୂଚନା ଅନୁସାରେ ,ପୂର୍ବ ସରକାର ମାଲକାନଗିରି ଜିଲ୍ଲାକୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ।ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା ।ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ ଚଳାଚଳା ବନ୍ଦ ହୋଇଛି ।ସରକାରଙ୍କ ଏପରି ନିଷ୍ପତିକୁ ମାଲକାନଗିରି ବାସୀ ତୀବ୍ର ବିରୋଧ କରୁଛନ୍ତି ।

Exit mobile version