ଆଜି କୁମାର ପୁର୍ଣିମା ଗାଁରୁ ସହର ଚଳଚଞ୍ଚଳ ।ପବିତ୍ର କୁମାର ପୁର୍ଣିମା ଓ ଗଜଲକ୍ଷ୍ମୀ ପୂଜାର ଆରମ୍ଭ।ଏଥିପାଇଁ ଚାରିଆଡ଼େ ଆନନ୍ଦ ଉଲ୍ଲାସର ପରିବେଶ । କୁଆଁରୀ ଝିଅ ମାନେ ସୁନ୍ଦର ବର ପାଇବା ପାଇଁ ବ୍ରତ ରଖିଥାନ୍ତି ।ମାରୀ ଝିଅ ମାନେ ସକାଳୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରନ୍ତି। ଏକ କୁଲାରେ ଖଇ ଓ ସାତ ପ୍ରକାରର ଫଳ ନେଇ ଚଉରା ମୂଳରେ ବିଧିସହ ପୂଜାର୍ଚ୍ଚନା କରନ୍ତି।
ଏହାସହ କୁମାରୀ କନ୍ୟାମାନେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପୂଜା କରନ୍ତି। ବିଭିନ୍ନ ପ୍ରକାରର ଫଳ, ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ଆଖୁ ଆଦିକୁ ଚକଟା ଭୋଗ କରି ଚନ୍ଦ୍ର ଆକୃତିର କରି ପୂଜା କରିବା ପରେ ଏହାକୁ ନିଜ ସାଙ୍ଗମାନଙ୍କୁ ଖୁଆନ୍ତି। ଠିକ ସେହିପରି ଆଜିି ଠାରୁ ପ୍ରସିଦ୍ଧ ମା’ ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି।