Site icon UTKAL PRATIDIN

ପୁଣି ଟ୍ରେନରେ ଭୟାନକ ଅଗ୍ନିକାଣ୍ଡ!

train

ବିଶାଖାପଟନମ୍‌ ରେଲଓ୍ୱେ ଷ୍ଟେସନରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ଫ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ । ଦେଖୁ ଦେଖୁ ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍‌ ବଗି । ଟ୍ରେନ୍‌ର ତିନୋଟି ବଗି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି। ବିଶାଖାପଟନମ୍‌ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । କୋରବା-ବିଶାଖା ଏକ୍ସପ୍ରେସ୍‌ରେ ଘଟିଛି ଅଗ୍ନିକାଣ୍ଡ । ତିନୋଟି ଏସି କୋଚରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଟ୍ରେନର B-6, B-7 ଏବଂ M-1 ବଗିଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇଛି। ଏ ସମ୍ପର୍କରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ ଆଜି ସକାଳୁ କୋରବା ଏକ୍ସପ୍ରେସ ଟ୍ରେନ୍ କୋରବା ଠାରୁ ବାହାରି ବିଶାଖାପଟନମରେ ଆସି ପହଞ୍ଚିଲାଥିଲା। ଏହା ୪ ନମ୍ବର ପ୍ଲାଟଫର୍ମରେ ଅଟକିଥିଲା କିଛି ସମୟ ପରେ ଏହା ବିଶାଖାପାଟଣା ରୁ ତିରୁପତି ଅଭିମୁଖେ ଯାତ୍ରା କରିବାର ଥିଲା। ଏତିକି ବେଳେ ଅଚାନକ ପ୍ରଥମେ ବି-୭ କୋଚ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ଖୁବଶୀଘ୍ର ଏହା ଅନ୍ୟ ଦୁଇ ବଗି B-୬, M-୧ କୁ ବ୍ୟାପି ଯାଇଥିଲା। ଏହାକୁ ଦେଖି ଯାତ୍ରୀ ଭୟଭୀତ ହୋଇ ପଡିଥିଲେ। ଷ୍ଟେସନରେ ଆତଙ୍କ ଖେଳି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ରେଲଓ୍ୱେ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ଟ୍ରେନ୍‌ରେ ଅଚାନକ କାହିଁକି ଏଭଳି ଭୟାନକ ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ଏହାର ତଦନ୍ତ ଚାଲିଛି।

Exit mobile version