ମୟୁରଭଞ୍ଜ: ମାଛ ଚୋର ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟ,ହତ୍ୟା ଅଭିଯୋଗ ଆଣିଲେ ବାପା ।ଏପରି ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମାରୁ ,ଗତକାଲି ରାତିରେ ଯଶୋବନ୍ତ ମହାନ୍ତ ନାମକ ଜୈନେକ ଯୁବକ ଗ୍ରାମ ପୋଖରୀରୁ ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟରେ କିଛି ବ୍ୟକ୍ତି ମାରପିଟ କରିବା ସହିତ ୧୨ଟି କେରାଣ୍ଡି ମାଛ ପୋଖରୀ ରୁ ଧରିଥିବାରୁ ତାଙ୍କୁ ୧୨ ହଜାର ଟଙ୍କା ଅର୍ଥଦଣ୍ତ ମଧ୍ୟ କରିଥିଲେ ,ଗ୍ରାମରେ କୋଙ୍ଗାରୁ କୋର୍ଟ ସକାଳରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା ଏହା ପରେ ଚୋରି କରିଥିବା ଯୁବକକୁ ଛାଡି ଦେଇଥିଲେ ,ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ଘରକୁ ଯାଇ ସବୁକଥା ବାପାକୁ କହିବା ପରେ ବିଷ ପିଇ ଦେଇଥିବା ଜଣା ପଡ଼ିଥିଲା l
ତେବେ ତାଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଠାକୁରମୁଣ୍ଡା ମେଡ଼ିକାଲ ଆଣିଥିଲେ ବି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା, ତେବେ ସାମନ୍ୟ ମାଛ ଚୋରି ପାଇଁ ଗ୍ରାମରେ କୋଙ୍ଗାରୁକୋର୍ଟ ରେ ମାଡ଼ ମାରି ଦଣ୍ଡିତ କରିଥିବାରୁ ଲୋକଲଜ୍ୟା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ? ନା ଲୋକେ ପିଟି ପିଟି ମାରି ଦେଇଛନ୍ତି ? ତାହା ପୋଲିସର ତଦନ୍ତ ପରେ ଜଣା ପଡିବ ।ତେବେ ଠାକୁରମୁଣ୍ଡା ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନର ସୁଦ୍ଧା ମୃତ୍ୟୁର କାରଣ ପାଇ ପାରିନି ପୋଲିସ l
ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ ତଥ୍ୟ ମିଳି ପାରିବ ,ତେବେ ମୃତ ଜୋଶବନ୍ତଙ୍କ ବାପା ଏ ନେଇ ଠାକୁରମୁଣ୍ଡା ଥାନା ରେ ପୁଅକୁ ମାଛ ଚୋରି କରିଥିବା ଅଭିଯୋଗରେ ଗ୍ରାମବାସୀ ପିଟିବା ସହିତ ଲୋଜିତ କରିଥିବା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ପିଟିବା କାରଣରୁ ତାଙ୍କର ମୃତ୍ୟୁ ହଇଛି ସେନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ମୟୁରଭଞ୍ଜ କରଞ୍ଜିଆ ରୁଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ