Site icon UTKAL PRATIDIN

ଜଳବନ୍ଦୀ ସୂର୍ଯ୍ୟମନ୍ଦିର,ପର୍ଯ୍ୟଟକ ହନ୍ତସନ୍ତ

rain-2-750x430

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ପ୍ରଭାବ ଜାରି ରହିଛି ।ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା ଓ ଯାତାୟାତରେ ଅସୁବିଧା ପରିଲିକ୍ଷିତ ହୋଇଛି ।ପ୍ରବଳ ବର୍ଷା କାରଣରୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ପାର୍ଶ୍ୱରେ ଜମିଲା ୧ ଫୁଟ୍‌ର ପାଣି।

ଲଗାଣ ବର୍ଷା ପରେ ପାଣି ଜମିଥିବାରୁ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି। ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି।

ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ, ପାର୍ଶ୍ୱ ରାସ୍ତା ଦେଇ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି। ଫଳରେ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛି ପର୍ଯ୍ୟଟକ ପାଣି ଭିତରେ ପଡ଼ି ବି ଯାଇଛନ୍ତି। ଫଳରେ ସେମାନେ ମନ୍ଦିର ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।

Exit mobile version