Site icon UTKAL PRATIDIN

ଅଭୟାଙ୍କ ପାଇଁ ରାତିସାରା ରାଜରାସ୍ତାରେ ବସିଲେ କୋଲକତାବାସୀ

kolkata

ଆଜି ବି ଥମିବାର ନାଁ ଧରୁନି କୋଲକାତାର ଆର.ଜି କର ମେଡିକାଲ କଲେଜର ଦୁଷ୍କର୍ମ ଓ ହତ୍ୟା ଘଟଣା । କୋଲକତାବାସୀଙ୍କ ମନକୁ ଆନ୍ଦୋଳିତ କରିଛି ପୀଡିତା ଅଭୟାଙ୍କ ଘଟଣା ।କୋଲକାତାବାସୀ ଅଭୟା ପାଇଁ ସାରା ରାତି ଉଜାଗର ରହି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ବୁଧବାର ରାତି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର କରାଯାଇଥିଲା ।

କୋଲକାତା ଶ୍ୟାମ ବଜାର ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ହୋଇଥିଲା।କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରଠାରୁ କୋଲକାତା ସମେତ ସାରା ଦେଶରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା ଯେଉଁଥିରେ ଡାକ୍ତରଙ୍କ ସମେତ ଲୋକମାନେ ପୀଡ଼ିତାଙ୍କୁ ନ୍ୟାୟ ଦାବି କରିଆସୁଛନ୍ତି। କୋଲକାତାରେ ଏହି ବିରୋଧ ଜାରି ରହିଛି। ବୁଧବାର ଦିନ ପଶ୍ଚିମବଙ୍ଗର ଅଧିକାଂଶ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ବିରୋଧ ଜାରି ରହିଥିଲା, ଯେଉଁଥିପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହୋଇଛି।

Exit mobile version