
କୋଲକାତା: ପଶ୍ଚିମବଙ୍ଗ କୋଲକାତାସ୍ଥିତ ଆରଜି ମେଡିକାଲ କଲେଜର ପିଜି ଟ୍ରେନି ଡାକ୍ତରାଣୀଙ୍କ ସନ୍ଦେହଜଣକ ମୃତ୍ୟୁ ଉପରୁ ପରଦା ହଟାଇଛି | ତାଙ୍କୁ ହତ୍ୟା କରାଯାଇଛି ଏବଂ ହତ୍ୟା ପୂର୍ବରୁ ବଳାତ୍କାର କରାଯାଇଛି | କୋଲକାତା ଆରଜି ମେଡିକାଲ କଲେଜର ଏହି ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର କରିବା ପରେ ଅତି ନିଷ୍ଠୁର ଭାବେ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡିଛି |
ପୋଲିସ ଏହି ଘଟଣାରେ ଏକ ବଳାତ୍କାର ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି | ଲେଡି ଡାକ୍ତର ଜଣକ ମେଡିକାଲ କଲେଜ ସେମିନାର ହଲରେ ଅଚେତ ଅବସ୍ଥାରେ ପଡ଼ିଥିଲେ | ଡାକ୍ତରମାନେ ତାଙ୍କୁ ଉଦ୍ଧର କରି ହସ୍ପିଟାଲରେ ଭର୍ତି କରିଥିଲେ | କିନ୍ତୁ ବଞ୍ଚାଇ ପରି ନଥିଲେ | ପରେ ସିସିଟିଭି ଫୁଟେଜ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରା ଯାଇଥିଲା | ହେଲେ ଅଭିଯୁକ୍ତ କଲେଜ କି ହସ୍ପିଷ୍ଟାଲର ଷ୍ଟାଫ୍ ନୁହଁନ୍ତି | ତେବେ ସିସିଟିଭି ଫୁଟେଜ ଆଧାରରେ ତାଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଲାଗିବାକୁ ତାଙ୍କୁ ପ୍ରଥମେ ଅଟକ ରଖି ପଚରା ଉଚରା କରାଯାଉଥିଲା| ପରେ ଗିରଫ କରାଯାଇଛି। ଝିଅର ମୃତ୍ୟୁ ପରେ ବାପା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଥିଲେ।
ତେବେ ଏହି ଘଟଣାକୁ ନେଇ ମେଡିକାଲ କଲେଜରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରଛାତ୍ରୀମାନେ ଭିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।