Site icon UTKAL PRATIDIN

ରିଲିଜ୍‌ ହେବ ‘କୋଇ ମିଲ୍‌ ଗୟା’

6

ମୁମ୍ବଇ: ୨୦୦୩ରେ ମୁକ୍ତିଲାଭ କରିଥିବା ହ୍ରିତିକ୍‌ ରୋଶନଙ୍କ ଚଳଚ୍ଚିତ୍ର ‘କୋଇ ମିଲ୍‌ ଗୟା’ ସେ ସମୟରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ପିଲାଙ୍କଠୁ ବୃଦ୍ଧ ପର୍ଯ୍ୟନ୍ତ ସଭିଏଁ ଏହି ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ଭିଡ଼ ଜମାଇଥିଲେ। ଚଳିତ ମାସ ‘କୋଇ ମିଲ୍‌ ଗୟା’ର ମୁକ୍ତିଲାଭକୁ ୨୦ ବର୍ଷ ପୂର୍ତ୍ତି ହେଉଛି।

ଏହି ଅବସରରେ ନିର୍ମାତା ଏହାକୁ ପୁଣି ଥରେ ରିଲିଜ୍‌ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଚଳଚ୍ଚିତ୍ର ‘କୋଇ ମିଲ୍ ଗୟା’ର ୨୦ ବର୍ଷ ପୂରଣ ହେବା ଅବସରରେ ଏହି ଫିଲ୍ମକୁ ୩୦ଟି ସହରରେ ପୁନଃ ମୁକ୍ତିଲାଭ କରାଯିବ। ଅଗଷ୍ଟ ୪ରେ ଏହି ଚଳଚ୍ଚିତ୍ର ୩୦ଟି ସହରରେ ପିଭିଆର ଏବଂ ଆଇନକ୍ସରେ ମୁକ୍ତିଲାଭ କରିବ। ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦେଶକ ରାକେଶ ରୋଶନ ଏନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହ୍ରିତିକ୍ ରୋଶନଙ୍କ ପିତା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରରେ ହ୍ରିତିକଙ୍କ ବିପକ୍ଷରେ ପ୍ରୀତି ଜିଣ୍ଟା ନଜର ଆସିଥିଲେ। ଏହା ବ୍ୟତୀତ ହ୍ରିତିକଙ୍କ ମାଆ ଭୂମିକା ରେଖା ଅଭିନୟ କରିଥିଲେ।

Exit mobile version