Site icon UTKAL PRATIDIN

ଜାଣନ୍ତୁ ରତନ ଟାଟାଙ୍କ ସମ୍ପତ୍ତିର କିଏ ହେବ ଉତ୍ତରାଧିକାରୀ ?

Ratan_Tata_1728529384

ଶିଳ୍ପ ଜଗତରେ ଭାରତର ବିଶିଷ୍ଟ ଉଦ୍ୟୋଗପତି ନାଁ ଆସିଲେ ପ୍ରଥମରେ ରତନ ଟାଟାଙ୍କ ନାଁ ଆସେ ।ରତନଙ୍କ ସଫଳତାର ଛାପ ଦେଶର କୋଣ ଅନୁକୋଣରେ ଚମକୁଛି।ରତନ ଟାଟା ଶିଳ୍ପ ଜଗତରେ ବେଶ ସଫଳ ସାଧାରଣ ଲୋକଙ୍କ ଦୁଃଖ ମଧ୍ୟ ଶୁଣିଥାନ୍ତି ଏବଂ ସହାୟତାର ହାତ ମଧ୍ୟ ବଢେଇଥାନ୍ତି ।।ଲୋକଙ୍କ ଘରେ ଘରେ ପରିଚିତ ରତନ ଟାଟା ।ଖାଲି ଯେ ମଣିଷ ପ୍ରତି ତାଙ୍କର ଭଲ ପାଇବା ଥାଏ ତାହା ନୁହେଁ ସେ ଯିବା ଜନ୍ତୁଙ୍କୁ ମଧ୍ୟ ବେଶ ଭଲ ପାଇଥାନ୍ତି ।

୨୦୧୮ ମସିହାର ଘଟଣାରେ ସମାଜସେବା ପାଇଁ ଚର୍ଚ୍ଚାରେ ଥିବା ରତନ ଟାଟାଙ୍କୁ ସମ୍ମାନିତ କରିବାକୁ ମନସ୍ଥ କରିଥିଲେ ବ୍ରିଟେନର କିଙ୍ଗ ଚାର୍ଲସ-୩ ସେ ସମୟର ପ୍ରିନ୍ସ ଚାର୍ଲସ । ବ୍ରିଟିଶ ଏସିଆନ ଟ୍ରଷ୍ଟ ଦ୍ୱାରା ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ ସକାଶେ ନିଷ୍ପତ୍ତି ହୋଇଥିଲା ।

୨୦୧୮ ମସିହା ଫେବ୍ରୁଆରୀ ୬ ତାରିଖରେ ବକିଙ୍ଗହାମ୍ ପାଲେସରେ ରତନଙ୍କୁ ସ୍ୱାଗତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବ୍ୟକ୍ତିଗତ କାରଣ ଦର୍ଶାଇ ରତନ ତାଙ୍କ ବ୍ରିଟେନ ଗସ୍ତ ବାତିଲ କରିଦେଇଥିଲେ । ରତନ ବ୍ରିଟେନରେ ପୁରସ୍କାର ଉତ୍ସବରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା ସ୍ତମ୍ଭକାର ତଥା ଉଦ୍ୟୋଗପତି ସୁହେଲ ସେଠଙ୍କୁ ଫୋନ୍ କରି ଏହି କାରଣ କହିଥିଲେ ।

ଟାଟାଙ୍କର ଟାଙ୍ଗୋ ଓ ଟିଟୋ ନାମରେ ତୁଇଟି କୁକୁର ଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ଚିନ୍ତିତ ରତନ ବ୍ରିଟେନ ଗସ୍ତ ବାତିଲ କରିଥିଲେ । ପୋଷା କୁକୁର ପାଇଁ ପୁରସ୍କାରକୁ ଆଡ଼େଇ ଦେବା ନିଷ୍ପତ୍ତିରେ ଅନେକ ବିସ୍ମିତ ହୋଇଥିଲେ ମଧ୍ୟ ଚାର୍ଲସ ରତନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏହାହିଁ ତାଙ୍କର ସ୍ୱତନ୍ତ୍ର ଗୁଣ ।

ଖାସ୍ ଏଥିପାଇଁ ଟାଟା ହାଉସ ଆଜି ସର୍ବୋଚ୍ଚ ସ୍ଥାନରେ ।ରତନ ଟାଟାଙ୍କ ସଉକ ଥିଲା ପିଆନୋ ବିମାନ ଉଡାଣ ।ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟାଙ୍କ ମୃତ୍ୟୁ ଘଟିଛି ।ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେ ପୂର୍ବରୁ ଚିକିତ୍ସିତ ହେଉଥିବା ବେଳେ ଗତକାଲି ୮୬ ବର୍ଷ ବୟସରେ ତାଙ୍କରମୃତ୍ୟୁ ଘଟିଛି।

ରତନ ଟାଟାଙ୍କ ଦେହାନ୍ତ ପରେ ଭାରତର ଅନ୍ୟତମ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗଳ କିଏ ସମ୍ଭାଳିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ‌କାରଣ ସମସ୍ତେ ଜାଣନ୍ତି ଯେ ରତନ ଟାଟା ଅବିବାହିତ ଥିଲେ। ଏଥିପାଇଁ ତାଙ୍କର କେହି ସନ୍ତାନ ମଧ୍ୟ ନାହାନ୍ତି।

ରତନ ଟାଟାଙ୍କର କେହି ଉତ୍ତରାଧିକାରୀ ମଧ୍ୟ ନାହାଁନ୍ତି। ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ତେବେ ଏହି ଅଚଳାଚଳ ସମ୍ପତ୍ତିର ଉତ୍ତରାଧିକାରୀ କିଏ ହେବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ନୋଏଲ ଟାଟାଙ୍କୁ ସବୁଠୁ ଯୋଗ୍ୟ ବିବେଚନା କରାଯାଉଛି।

ସେ ହେଉଛନ୍ତି ରତନଙ୍କ ସାବତ ଭାଇ, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି।

ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି। ନୋଏଲ୍ ଟାଟାର ସମସ୍ତ ତିନୋଟି ପିଲା ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି।

Exit mobile version