Site icon UTKAL PRATIDIN

ଜାଣନ୍ତୁ କେଉଁ ୩ ଜଣଙ୍କୁ ମିଳିଲା ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର..

F7liNMtWcAAhdPQ_1696413255598_1696413331095

ରସାୟନ ବିଜ୍ଞାନ କ୍ଷେତ୍ରରେ 2023 ପାଇଁ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଏହି ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମୌଞ୍ଜି ଜି. ବାୱେଣ୍ଡି, ଲୁଇସ୍ ଇ. ବ୍ରୁସଙ୍କୁ ମିଳିବ ନୋବେଲ ପୁରସ୍କାର। ଆଲେକ୍ସି ଆଇ. ଏକିମୋଭଙ୍କୁ ବି ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବାକୁ ଯାଉଛି । କ୍ବାଣ୍ଟମ୍ ଡଟ୍‌ସର ଆବିଷ୍କାର ଓ ସଂଶ୍ଳେଷଣ ପାଇଁ ୩ ଜଣଙ୍କୁ ମିଳିଛି ବିଶ୍ବର ସବୁଠାରୁ ସମ୍ମାନଜନକ ପୁରସ୍କାର ନୋବେଲ୍‌ l

ରସାୟନ ବିଜ୍ଞାନ କ୍ଷେତ୍ରରେ ବର୍ଷ ୨୦୨୩ରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କ୍ୱାଣ୍ଟମ ବିନ୍ଦୁଗୁଡ଼ିକର ଆବିଷ୍କାର ଏବଂ ସିନ୍ଥେସିସ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ବୁଧବାର ଏହା ଘୋଷଣା କରିଛି।

ଏହି ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ମୌଞ୍ଜି ଜି. ବାୱେଣ୍ଡି, କୋଲମ୍ବିୟା ବିଶ୍ବବିଦ୍ୟାଳୟର ଲୁଇସ୍ ଇ. ବ୍ରୁସଙ୍କୁ ମିଳିବାକୁ ଯାଉଛି ସମ୍ମାନସୂଚକ ନୋବେଲ୍‌ ପୁରସ୍କାର । ସେହିଭଳି ନାନୋକ୍ରିଷ୍ଟାଲ୍ ଟେକ୍ନୋଲୋଜିରେ କାର୍ଯ୍ୟରତ ଆଲେକ୍ସି ଆଇ ଏକିମୋଭ୍‌ଙ୍କୁ ମଧ୍ୟ ନୋବେଲ ପୁରସ୍କାର ମିଳିବା ନେଇ ଘୋଷଣା କରାଯାଇଛି । କ୍ବାଣ୍ଟମ୍ ଡଟ୍‌ସର ଆବିଷ୍କାର ଓ ସଂଶ୍ଳେଷଣ ପାଇଁ ୩ ଜଣଙ୍କୁ ମିଳିବାକୁ ଯାଉଛି ଏହି ସମ୍ମାନ ।

Exit mobile version