
ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର ।ହିତାଧିକାରୀ ମାନେ ଇ-କେଓ୍ବାଇସି ଭରିବା ବାଧ୍ୟତାମୂଳକ କରାଯାଇଛି । ଇ-କେଓ୍ବାଇସି ଅର୍ଥ ଆପଣ ଆପଣଙ୍କର ସବିଶେଷ ବିବରଣୀ ପୁନଃ ଦିଅନ୍ତୁ । ଯାହା ଦ୍ବାରା ଅୟୋଗ୍ୟ ହିତାଧିକାରୀମାନେ ଏହାର ଫାଇଦା ଉଠାଇପାରିବେ ନାହିଁ । କିମ୍ବା ପରିବାରର ମୃତ ସଦସ୍ୟଙ୍କ ନାମ କଟିବା ସହ ନୂଆ ସଦସ୍ୟଙ୍କ ନାମ ଏଥିରେ ସାମିଲ କରାଯାଇଥାଏ । ଏବେ ଇ-କେଓ୍ୱାଇସି ନ କରିପାରିଲେ କଟିବନି ରାସନ୍ କାର୍ଡ ବିଧାନସଭାରେ ଉତ୍ତର ରଖି କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ବର୍ତ୍ତମାନ ବିଧାନସଭାରେ ଉଠିଲା ରାସନ୍ କାର୍ଡ ପ୍ରସଙ୍ଗ । ଅନ୍ୟ ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକମାନେ କେମିତି ଇ-କେଓ୍ୱାଇସି କରିବେ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବାସୁଦେବପୁର ବିଧାୟକ ଅଶୋକ ଦାସ । ଆଉ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏନେଇ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କହିବା ମୁତାବକ,ବିଗତ ଦିନରେ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଚତା ନଥିଲା, ତେଣୁ ଭୂତ କାର୍ଡ, ମୂଷା କାର୍ଡ ବାହାରୁଥିଲା। ଅନ୍ୟପଟେ ଇ-କେଓ୍ୱାଇସି ପ୍ରସଙ୍ଗରେ ଉତ୍ତର ରଖି ସେ କହିଛନ୍ତି, ଇ-କେଓ୍ୱାଇସି ନ କରିପାରିଲେ ରାସନ୍ କାର୍ଡ କଟିବ ନାହିଁ । ଇ-କେଓ୍ୱାଇସି କରିବାର ନିର୍ଦ୍ଧିଷ୍ଟ କୌଣସି ସମୟ ସୀମା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ଇ-କେଓ୍ୱାଇସି ଏକ ସମ୍ବେଦଳଶୀଳ ପ୍ରସଙ୍ଗ । ଏଥିପାଇଁ ସାଧାରଣ ଲୋକଙ୍କୁ ସରକାର ଅନୁରୋଧ କରିଛନ୍ତି । ତେବେ ଯେଉଁମାନେ ମାସେ ହେଲା ରାସନ୍ କାର୍ଡ ପାଇଁ ଆବେଦନ କରିଛନ୍ତି । ଇ-କେଓ୍ୱାଇସି ଯାଞ୍ଚ ପରେ ସେମାନେ ନୂଆ ରାସନ୍ କାର୍ଡ ପାଇବେ । ଏନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।