
ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଟାଇଗର ୩ କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନଭେମ୍ବର ୧୨ ରେ ଟାଇଗର ୩ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି l ଏହି ଚଳଚ୍ଚିତ୍ରରେ ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀ ମୁଖ୍ୟ ଭୂମିକାରେ ନଜର ଆସିବେ।
ଭିଲେନ୍ ଭୂମିକାରେ ଇମ୍ରାନ୍ ହାସମୀ ନଜର ଆସିବେ। ଏବେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି ପ୍ରଶଂସକ ମାନେ | ଏହି ବୁକିଂ କେବେ ଆରମ୍ଭ ହେବାକୁ ଯାଉଛି ଆସନ୍ତୁ ଆପଣଙ୍କୁ ଜାଣିବା… l
ଟାଇଗର ୩ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ନଭେମ୍ବର ୫ ରୁ ଆରମ୍ଭ ହେବାକୁ ଯାଉଛି l କେବଳ ଅଗ୍ରୀମ ବୁକିଂ ମାଧ୍ୟମରେ ଆମେ ଆକଳନ କରିପାରିବା ଯେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ କେତେ ସଂଗ୍ରହ କରିପାରିବ l ଟାଇଗର ୩ ଜୱାନ ର ରେକର୍ଡ ଭାଙ୍ଗିବାରେ ସକ୍ଷମ ହେବ କି ନାହିଁ ତାହା ଜାଣିବା ପାଇଁ ଆମକୁ କିଛି ଦିନ ଅପେକ୍ଷା କରିବାକୁ ପଡିବ।
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଏପର୍ଯ୍ୟନ୍ତ ଟାଇଗର 3 ର ପ୍ରମୋସନ ଆରମ୍ଭ କରିନାହାଁନ୍ତି। ପ୍ରମୋସନ ବିନା ମଧ୍ୟ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ଗୁଜବ ରହିଛି l ଲୋକମାନେ ଟାଇଗରକୁ ଦେଖିବା ପାଇଁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି l
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଫିଲ୍ମରେ ସଲମାନ, କ୍ୟାଟ୍ରିନା ଏବଂ ଇମ୍ରାନଙ୍କ ବ୍ୟତୀତ ରିଦ୍ଧି ଡୋଗ୍ରା, କୁମୁଦ ମିଶ୍ର, ରେବତୀ ଏବଂ ଅନନ୍ତ ବିଦ୍ୟା ପ୍ରମୁଖ ଭୂମିକାରେ ନଜର ଆସିବେ। ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ।