ରାଜ୍ୟର ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ବଡ ସୂଚନା ଦେଇଛନ୍ତି ।ଆଜିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନା ପଞ୍ଜିକରଣ ।ସମସ୍ତ ଜିଲ୍ଲା ହିତାଧିକାରୀଙ୍କ ପାଇଁ ଆଜିଠାରୁ ଫର୍ମ ଉପଲବ୍ଧ ହେବ ସହ ପଞ୍ଜିକରଣ ଆରମ୍ଭ ହେବ ।ସମ୍ପୂର୍ଣ ମାଗଣାରେ ଏହା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।ହିତାଧିକାରୀମାନେ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ।
ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ମିଳିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।ଏଠିପାଇଁ ହିତାଧିକାରୀଙ୍କ ନିକଟରେ ଆଧାରକାର୍ଡ଼ ଥିବା ଆବଶ୍ୟକ ।ହିତାଧିକାରୀଙ୍କ ମୋବାଇଲ ନମ୍ବର ସହ ଆଧାରକାର୍ଡ଼ ଲିଙ୍କ ଥିବା ଆବଶ୍ୟକ ।ଏହା ମହିଳାଙ୍କ ଅର୍ଥନୀତିକୁ ସୁଦୃଢ କରିବ। ସୁଭଦ୍ରା ଯୋଜନାରେ ୧ କାଟିରୁ ଉର୍ଦ୍ଧ ମହିଳା ଉପକୃତ ହୋଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ।