Site icon UTKAL PRATIDIN

କିପରି ରହିବ ଗତକାଲି ଫାଇନାଲ ମ୍ୟାଚର ପାଣିପାଗ, ଜାଣନ୍ତୁ ଏହି ରିପୋର୍ଟରୁ…

untitled_-_2023-11-17t160526-sixteen_nine

ଅହମ୍ମଦାବାଦ : ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ୱକପ 2023 ର ଅନ୍ତିମ ମ୍ୟାଚ ରବିବାର 19 ନଭେମ୍ବରରେ ଅର୍ଥାତ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ l ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2 ଟାରୁ ଆରମ୍ଭ ହୋଇଥିବାବେଳେ ଏହି ମ୍ୟାଚର ଟସ୍ ଅଧ ଘଣ୍ଟା ପୂର୍ବରୁ ହେବ l

ଏହି ‘ଗ୍ରାଣ୍ଡ ମ୍ୟାଚ୍’ ପୂର୍ବରୁ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ ଯଦି ଫାଇନାଲ୍ ମ୍ୟାଚ୍ ରେ ବର୍ଷା ହୁଏ ତେବେ କଣ ହେବ? ତେବେ ଆସନ୍ତୁ ଆପଣଙ୍କୁ କହିବା ଯେ ବିଶ୍ୱକପ ଫାଇନାଲ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି। ଯଦି ବର୍ଷା ହେତୁ 19 ନଭେମ୍ବରରେ ମ୍ୟାଚ୍ ସମାପ୍ତ ହୋଇପାରିବ ନାହିଁ, ତେବେ ମ୍ୟାଚ୍ 20 ନଭେମ୍ବରରେ ଶେଷ ହେବ l ଏଥି ସହିତ, ଯଦି ନଭେମ୍ବର 20 ରେ ବର୍ଷା ବ୍ୟାଘାତ ଜାରି ରହେ, ତେବେ ବିଜେତା କିପରି ସ୍ଥିର ହେବ?

ଆପଣଙ୍କୁ କହିସାରଖୁଛୁ ଯେ, ଯଦି ବର୍ଷା ହେତୁ ରିଜର୍ଭ ଦିନରେ ମଧ୍ୟ ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇନଥାଏ, ତେବେ ମ୍ୟାଚ୍ ବାତିଲ ହୋଇଯିବ ଏବଂ ଉଭୟ ଦଳ ମିଳିତ ବିଜେତା ଘୋଷିତ ହେବେ। ହଁ, ବିଶ୍ୱକପ ଇତିହାସରେ ଏଭଳି ଘଟଣା ଏପର୍ଯ୍ୟନ୍ତ ହୋଇନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ 2002 ଚାମ୍ପିଅନ୍ସ ଟ୍ରଫିରେ ଘଟିଛି ଯେତେବେଳେ ଉଭୟ ଭାରତ ଏବଂ ଶ୍ରୀଲଙ୍କା ଦଳ ମିଳିତ ଭାବେ ବିଜେତା ଘୋଷିତ ହୋଇଥିଲେ।

19 ନଭେମ୍ବର ଅର୍ଥାତ୍ ରବିବାର ଦିନ ଅହମ୍ମଦାବାଦର ପାଗ ଅତ୍ୟନ୍ତ ସ୍ପଷ୍ଟ ହେବାକୁ ଯାଉଛି। ସର୍ବାଧିକ ତାପମାତ୍ରା 30 ରୁ 32 ଡିଗ୍ରୀ ସେଲସିୟସ ହେବାକୁ ଥିବାବେଳେ ରାତିରେ ତାପମାତ୍ରା 15-16 ଡିଗ୍ରୀ ସେଲସିୟସକୁ ଖସିଯିବ l ରବିବାର ଦିନ ପ୍ରାୟ ବର୍ଷା ହେବାର ସମ୍ଭାବନା ନାହିଁ, ତେଣୁ ରିଜର୍ଭ ଦିନରେ ମଧ୍ୟ ମ୍ୟାଚ୍ ଚାଲିବାର କୌଣସି ସମ୍ଭାବନା ନାହିଁ l ଏହାର ଅର୍ଥ ହେଉଛି ପ୍ରଶଂସକମାନେ ନିଜେ 19 ରେ ଚାମ୍ପିଅନ୍ ଦଳ ଜାଣିବେ l

ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱକପ 2023 ଅଭିଯାନ ଆରମ୍ଭ କରିଥିଲା, ବର୍ତ୍ତମାନ ସମାନ ଦଳ ବିପକ୍ଷରେ ଫାଇନାଲ ଖେଳିବା ଦ୍ୱାରା ଏହା ଶେଷ ହେବ l 2023 ବିଶ୍ୱକପ୍‌ରେ ଭାରତ ଏପର୍ଯ୍ୟନ୍ତ ଅପରାଜିତ ରହିଛି ଏବଂ କୌଣସି ଦଳ ସେମାନଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଲିଗ୍ ପର୍ଯ୍ୟାୟରେ ଭାରତ ସମସ୍ତ 9 ଟି ମ୍ୟାଚ୍ ଜିତିଥିଲା ଏବଂ ପରେ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା l ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କ୍ରମାଗତ 11 ତମ ମ୍ୟାଚ୍ ଜିତିବାକୁ ଭାରତ ନଜର ରଖିବ।

ଯଦି ଆମେ ଅଷ୍ଟ୍ରେଲିଆ ବିଷୟରେ କଥା ହେବା, ତେବେ ଏହି ଟୁର୍ନାମେଣ୍ଟରେ ସେମାନଙ୍କର ଆରମ୍ଭ ଭଲ ନଥିଲା l ଭାରତ ବ୍ୟତୀତ ସେମାନଙ୍କୁ ଦକ୍ଷିଣ ଆଫ୍ରିକାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଏହା ପରେ ପ୍ୟାଟ୍ କମିନ୍ସଙ୍କ ଦଳ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ 8 ଟି ମ୍ୟାଚ୍ ଜିତିଥିଲା l ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ କଙ୍ଗାରୁ ଏଠାରେ ପହଞ୍ଚିଥିଲେ।

Exit mobile version