Site icon UTKAL PRATIDIN

ସୁଭଦ୍ରା ଟଙ୍କା ଆସିନାହିଁ କି ତେବେ ଜାଣନ୍ତୁ ଆପଣ ଏହି ଟଙ୍କା ପାଇବାକୁ ହକଦାର କି

images (16)

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ସିଧାସଳଖ ଆସି ସାରିଛି ।କୌଣସି ହିତାଧିକାରୀ ମାସିକ ୧୫୦୦ ବା ବର୍ଷକୁ ୧୮୦୦୦ ସରକାରୀ ସହାୟତା ପାଉଥିଲେ ଏହି ଯୋଜନା ପାଇବାକୁ ଅଯୋଗ୍ୟ ।କୌଣସି ମହିଳାଙ୍କ ପରିବାରରେ କାର, ଟ୍ରାକ୍ଟର ପରି ଯାନବାହନ ଥିଲେ ସେମାନେ ମଧ୍ୟ ଏହି ଯୋଜନାରେ ଯୋଡିହୋଇପାରିବେ ନାହିଁ ।

ସେହିପରି ଜଳସେଚିତ ଜମିି ୫ ଏକର ବା ଅଣଜଳସେଚିତ ଜମି ୧୦ ଏକରରୁ ଅଧିକ ଥିବା ପରିବାରର ମହିଳା ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ।ଯେଉଁ ପରିବାରର କେହି ସରକାରୀ ଚାକିରି କରିଥିବେ ବା ପେନସନଭୋଗୀ ହୋଇଥିବେ ସେହି ପରିବାରର ମହିଳା ଯୋଜନାରେ ଅନଫିଟ ।

ଛାତ୍ରବୃତ୍ତି ପାଉଥିବା ବା ପରିବାରର କେହି ବିଧାୟକ ବା ସାଂସଦ ହୋଇଥିଲେ ମଧ୍ୟ ପରିବାରର ମହିଳା ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ ।ଆୟକର ଫାଇଲ କରୁଥିବା ଅବା ଅସ୍ତ୍ରଶସ୍ତ୍ର ପାଇଁ ଲାଇସେନ୍ସ ନେଇଥିବା ବ୍ୟକ୍ତିଙ୍କ ପରିବାର ମହିଳା ଯୋଜନାର ହକଦାର ହେବେ ନାହିଁ ।

Exit mobile version