Site icon UTKAL PRATIDIN

ଜାଣନ୍ତୁ ଆପଣଙ୍କର ହୋଇପାରିବ କି ଆୟୁସ୍ମାନ ଯୋଜନା

PMJAY-750x430

ଆଗକୁ ଦୁର୍ଗାପୂଜା ଆସୁଥିବାରୁ ବରିଷ୍ଠ ନାଗରିକଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ଏହି ଯୋଜନା ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ଯାହାର ଲାଭ ଦେଶର କୋଟି କୋଟି ବରିଷ୍ଠ ନାଗରିକ ପାଇବେ।ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଶୀଘ୍ର ସେମାନଙ୍କ ପାଇଁ କାର୍ଡ ତିଆରି ଆରମ୍ଭ ହେବ। ଏଥିପାଇଁ ଏକ ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। https://beneficiary.nha.gov.in/ ତେବେ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ ହିତାଧିକାରୀ। ଖୁବଶୀଘ୍ର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି।

Exit mobile version