୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବା ନେଇ ଆଜି (ମେ 19) ତାରିଖରେ ଘୋଷଣା କରିଛି ଆରବିଆଇ । ଆଗକୁ ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍ । ତେବେ ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇ ନିଷ୍ପତ୍ତି ନେଇ । ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ ।
ଆସନ୍ତା ସେପପ୍ଟେମ୍ବର ୩୦ ଯାଏ ଏହାର ସମୟ ସୀମା ରହିଛି । ଏକାଥରେ କେତେ ୨୦୦୦ ଟଙ୍କିଆ ବଦଳାଇ ପାରିବେ- ଆରବିଆଇ କହିଛି ଯେ, ମେ’ ୨୩ରୁ ବ୍ୟାଙ୍କମାନଙ୍କରେ ୨ ହଜାର ଟଙ୍କିଆ ବଦଳାଇ ହେବ । ଆସନ୍ତା ସେପପ୍ଟେମ୍ବର ୩୦ ଯାହାର ଶେଷ ତାରିଖ ରହିଛି । ତେବେ ଏକାଥରେ ଜଣେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ ।
ଜନସାଧାରଣଙ୍କ ପାଇଁ ଅସୁବିଧାକୁ କମ୍ କରିବା, କାର୍ଯ୍ୟକ୍ଷମ ସୁବିଧା ସୁନିଶ୍ଚିତ କରିବା ଏବଂ ବ୍ୟାଙ୍କ ଶାଖାର ନିୟମିତ କାର୍ଯ୍ୟକଳାପରେ ବ୍ୟାଘାତ ନହେବା ପାଇଁ ସମସ୍ତ ବ୍ୟାଙ୍କ ଏକ ସମୟରେ ୨୦ ହଜାର ସୀମା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ ବୋଲିଆରବିଆଇ କହିଛି ।