Site icon UTKAL PRATIDIN

୫ଟି ସଚିବଙ୍କ ଉପରକୁ କାଳିମାଡ଼

1

ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ ।  ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ  ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ  ପରିସରରେ କାଳିମାଡ ହୋଇଛି । ସଚିବ ଉକ୍ତ କଲେଜରେ ଆୟାେଜିତ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତାଙ୍କ ଉପରେ କାଳିମାଡ ହୋଇଛି ।

ପୋଲିସ କାଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ  ନିଜ ହେପାଜତକୁ ନେଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସଚିବଙ୍କ ମୁହଁକୁ କାଳି ଫିଙ୍ଗିଥିବା ଦେଖିବାକୁ ମିଳିଛି । କେବଳ ୫-ଟି ସଚିବ ନୁହେଁ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡିଛି । କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର ।

ୟୁଜିଏସ୍ କଲେଜ ପରିସରରେ ଆୟୋଜିତ ଏକ ସଭାରେ ଯୋଗ ଦେବା ପୂର୍ବରୁ ୫ଟି ସଚିବ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ପଶି ଆସିଥିଲେ ଏବଂ ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା। କାଳି ପାଣ୍ଡିଆନଙ୍କ ସମେତ ପୁରୀ ଜିଲ୍ଲାପାଳଙ୍କ ଉପରେ ମୁହଁରେ ପଡିଥିଲା ।

ସୂଚନାଥାଉ କି,  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଗତକାଲି  ୨ ଦିନିଆ ପୁରୀ ଗସ୍ତରେ ଯାଇଥିଲେ । ଗତକାଲି ପୁରୀରେ କାର୍ଯ୍ୟକ୍ରମ ସାରିବା ପରେ ଆଜି  ପାଣ୍ଡିଆନଙ୍କର କାକଟପୁର, ନିମାପଡ଼ା,ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା। ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ।

Exit mobile version