
ପାକିସ୍ତାନ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି l ଏହି ଅର୍ଥନୈତିକ ସଙ୍କଟ ହେତୁ ଲୋକମାନେ ଖାଦ୍ୟପେୟ ମଧ୍ୟ ପାଇପାରୁ ନାହାଁନ୍ତି । ପରିସ୍ଥିତି ଏତେ ଜଟିଳ ଯେ ଲୋକମାନେ ନିଜ କିଡନୀ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଲୋକମାନଙ୍କର ଏହି ସଂକଟାପନ୍ନ ଅବସ୍ଥାର ଫାଇଦା ଉଠଉଛନ୍ତି ଚାଲାଣକାରୀମାନେ l
ପାକିସ୍ତାନର ପରିସ୍ଥିତି ଏବେ ସ୍ୱଚନୀୟ l ଗୋଟିଏ ପଟେ ଲୋକଙ୍କ ପାଖରେ ଖାଦ୍ୟ ପାଇଁ ଟଙ୍କା ନ ଥିବା ବେଳେ ଅନ୍ୟ ପଟେ ଚୋରା ଚାଲାଣକାରୀମାନେ ଗରିବଙ୍କ ଅସହାୟତାର ସୁଯୋଗ ନେଇ ତାହାର ଫାଇଦା ଉଠଉଛନ୍ତି । ଚାଲାଣକାରୀମାନେ ଗରିବ ଲୋକଙ୍କ କିଡନୀ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି l ପୋଲିସ ପକ୍ଷରୁ ଏହା ପ୍ରକାଶ କରାଯାଇଛି l
ଦାରିଦ୍ର୍ୟର ସୁଯୋଗ ନେଇ ଚାଲାଣକାରୀମାନେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଜଣଙ୍କଠାରୁ କିଡନୀ ବିକ୍ରି କରିସାରିଥିବା ଜଣା ପଡିଛି l ଗୋଟିଏ କିଡନୀକୁ ପ୍ରାୟ ଏକ କୋଟି ଟଙ୍କାରେ ଏମାନେ ବିକ୍ରି କରୁଛନ୍ତି । ଚୋରା ଗ୍ୟାଙ୍ଗର ମୁଖ୍ୟ ଫୱାଦ ମୁଖାର l ଯାହା ନାଁ ରେ ୩୦୦ରୁ ଅଧିକ କିଡନୀ ବିକ୍ରିର ଅଭିଯୋଗ ହୋଇଛି । ତେବେ ପୋଲିସ ପୂର୍ବରୁ ଫୱାଦକୁ ପାଞ୍ଚ ଥର ଗିରଫ କରିଥିବା ସତ୍ୱେ ମଧ୍ୟ ପ୍ରତ୍ୟେକ ଥର ସେ ଜାମିନ ପାଇବାରେ ସଫଳ ହୋଇଛି ।
କିଡନୀ ଅପସାରଣ ଯୋଗୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଏହି ଚାଲାଣକାରୀ ଗ୍ୟାଙ୍ଗର ୮ଜଣ ସଦସ୍ୟଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ଚୋରା ଚାଲାଣକାରୀମାନେ କହିଥିଲେ ସେମାନେ ଧନୀମାନଙ୍କୁ କିଡନୀ ବିକ୍ରି କରି ସେମାନଙ୍କଠାରୁ ବିପୁଳ ପରିମାଣର ଟଙ୍କା ନେଉଥିଲେ । ଏହା ମଧ୍ୟ କୁହାଯାଇଥିଲା ପୂର୍ବ ପଞ୍ଜାବ ପ୍ରଦେଶ ବ୍ୟତୀତ ଚୋରା ଚାଲାଣକାରୀ ଗ୍ୟାଙ୍ଗ ମଧ୍ୟ ପାକ ଅଧିକୃତ କଶ୍ମୀରରେ ସକ୍ରିୟ ରହିଥିବା ଜଣା ପଡିଛି ।