
ଭୁବନେଶ୍ଵର: ଉଦ୍ଧାର ହେଲା ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର । ବାଲେଶ୍ୱରରୁ ଶିଶୁପୁତ୍ରକୁ ଉଦ୍ଧାର କରିଲା ପୋଲିସ । ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୋଲିସ । ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଶିଶୁ । ଦୃଷ୍ଟିବାଧିତ ମାଆ କୋଳରୁ ହୋଇଥିଲା ଶିଶୁ ଚୋରି । ଶିଶୁପୁତ୍ରକୁ ଉଦ୍ଧାର ସହ ଅପହରଣକାରୀକୁ ଗିରଫ କଲା ପୋଲିସ ।
ଗତ ଶନିବାର ଦିନ ରାମ ମନ୍ଦିର ସାମ୍ନାରୁ ଜଣେ ଅନ୍ଧୁଣୀ ମା’ କୋଳରୁ ତାର ଦେଢ଼ ବର୍ଷର ଶିଶୁପୁତ୍ରକୁ ଥଣ୍ଡା ପିଇବାକୁ ଦେଇ ଏବଂ ମୋବାଇଲ ଦେଖାଇବା ବାହାନାରେ ଛୁଆଟିକୁ ଚୋରି କରିନେଇଥିଲା । ପରେ ଅନ୍ଧୁଣୀ ମା’ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ କିଛି ସମୟ ପୂର୍ବରୁ ଚୋରର ସିସିଟିଭି ଫୁଟେଡ ସାମ୍ନାକୁ ଆସିଥିଲା। କିପରି ପିଲାକୁ କୋଳରେ ଉଠାଇ ପିଲା ଚୋରଟି ଶୁଶୁଟିକୁ ନେଇଯାଉଛି ତାହା ସ୍ପଷ୍ଟ ଦେଖାଯାଉଥିଲା। ଆଉ ଅନେକ ଚେଷ୍ଟା ପରେ ଏବେ ପୋଲିସକୁ ସଫଳତା ମିଳିଲା। ବାଲେଶ୍ୱରର ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଉଦ୍ଧାର କରିବା ପରେ ଶିଶୁପୁତ୍ରକୁ ଭୁବନେଶ୍ୱର ଆଣୁଛି ସ୍ପେଶାଲ ଟିମ୍। ତେବେ ଅଙ୍ଗ ତସ୍କରୀ ପାଇଁ ଶିଶୁପୁତ୍ର ଚୋରି ସନ୍ଦେହ କରୁଛି ପୋଲିସ । କିଡନୀ ପାଇଁ ପିଲା ଚୋରି କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅପହରଣ ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ ।