Site icon UTKAL PRATIDIN

କଂଗ୍ରେସ ପାଇଁ ଏବେ ବହ୍ମାସ୍ତ୍ର ସାଜିଛନ୍ତି ଖଡ଼ଗେ

କଂଗ୍ରେସ ପାଇଁ ଏବେ ବହ୍ମାସ୍ତ୍ର ସାଜିଛନ୍ତି ଖଡ଼ଗେ_20230914_135849_0000

ଆଗକୁ ଆସୁଛି ନିର୍ବାଚନ l ୨୦୨୪ ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ନିଜକୁ ସଜ୍ଜିତ କରିବାରେ ଲାଗିପଡିଛନ୍ତି l ବିଜେଡି ହେଉ, ପିଜେପି ହେଉ, ଆପ ହେଉ କି କଂଗ୍ରେସ ହେଉ ସବୁ ଦଳ ନିଜ ନିଜର ମାଷ୍ଟର ପ୍ଲାନ ତିଆରି କରିଚାଲିଛନ୍ତି l ଆଗାମୀ ନିର୍ବାଚନ ଜିତିବା ପାଇଁ ସମସ୍ତେ ଟଣା ଓଟରା l

ତେବେ ଏହାରି ଭିତରେ କଂଗ୍ରେସର ପ୍ଲାନକୁ ଦେଖିଲେ ଲାଗୁଛି ଦଳିତ ଭୋଟ ଉପରେ କଂଗ୍ରେସର ରହିଛି ନଜର । ୨୦୨୪ ଲୋକସଭା ନିର୍ବାଚନରେ ଦଳିତ ଭୋଟ ହାତେଇବାକୁ ନୂଆ ଚାଲ ଖେଳିଛି କଂଗ୍ରେସ । ସବୁଠୁ ଅଧିକ ଲୋକସଭା ଆସନ ଥିବା ଉତ୍ତରପ୍ରଦେଶରେ କଂଗ୍ରେସ ଏବେ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଛି କଂଗ୍ରେସ । ଖଡଗେ ଜଣେ ଦଳିତ ସମ୍ପ୍ରଦାୟରୁ ଆସିଥିବାରୁ ତାଙ୍କୁ ପ୍ରାର୍ଥୀ କରାଇ ଦଳିତ ଭୋଟକୁ ସମ୍ପୂର୍ଣ୍ଣରୁପେ ହାତେଇବାକୁ କଂଗ୍ରେସର ଲକ୍ଷ୍ୟ ।

ଉତରପ୍ରଦେଶରୁ ଅଧିକ ଦଳିତ ଭୋଟ ପାଉଥିବା ମାୟାବତୀଙ୍କ ବିଏସପି ଉପରେ ଏବେ ଲୋକଙ୍କ ଭରସା କମୁଥିବାରୁ ଏହାର ଫାଇଦା ନେବାକୁ ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ । ଏଥର ଖଡଗେ ବାରବାଙ୍କୀ ଅବା ଇତୱାରୁ ଲୋକସଭା ନିର୍ବାଚନ ଲଢିବା ନେଇ କଂଗ୍ରେସ ତରଫରୁ ସୂଚନା ମଳିଛି । ତେବେ ଖଡଗେ ୨୦୨୪ରେ କର୍ଣ୍ଣାଟକର ଦୁଇଟି ଆସନ ଏବଂ ଉତରପ୍ରଦେଶରୁ ଗୋଟିଏ ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ଖଡଗେ ପ୍ରାର୍ଥୀ ହେଲେ ଦଳିତ ଭୋଟ ଉଭୟ ସମାଜବାଦୀ ପାର୍ଟ ଏବଂ କଂଗ୍ରେସକୁ ମିଳିବ ବୋଲି ଆଶାବାଦୀ ଅଛି ଇଣ୍ଡିଆ ମେଂଟ । ଆଉ ଅନ୍ୟପଟେ ଖଡ଼ଗେ କଂଗେସର ପ୍ରାର୍ଥୀ ତଥା ସଭାପତି ହୋଇଥିବାରୁ ଏହାର ସମ୍ପୂର୍ଣ ଫାଇଦା ଉଠେଇବାକୁ କଂଗ୍ରେସ ପ୍ରସ୍ତୁତ ହୋଇ ରହିଛି l

Exit mobile version