Site icon UTKAL PRATIDIN

ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକ, ବିମାନରେ ଯାତ୍ରା କରନ୍ତୁ ନାହିଁ

Air-India-750x430

ଖଲିସ୍ତାନୀ ଆତଙ୍କାବାଦୀ ନଭେମ୍ବର ୧ରୁ ୧୯ ତାରିଖ ଭିତରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ ବୋଲି ସୋମବାର ପୁଣି ଧମକ ଦେଇଛନ୍ତି ।ଏଭଳି ଧମକ ଦେଇଛନ୍ତି ଖଲିସ୍ତାନୀ ଆତଙ୍କାବାଦୀ ଗୁରୁପତୱନ୍ତ ସିଂ ପନ୍ନୁ।

ଶିଖ୍ ଫର ଜଷ୍ଟିସ ଏସଏଫଜର ପ୍ରତିଷ୍ଠାତା ଦାବି କରିଛନ୍ତି ଯେ, ଶିଖ୍ ଗଣହତ୍ୟାର ୪୦ ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନ ଉପରେ ଆକ୍ରମଣ ହୋଇପାରେ। ତେଣୁ ନଭେମ୍ବର ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଏଥିରେ ଉଡ଼ାଣ କରନ୍ତୁ ନାହିଁ। ପନ୍ନୁ ଗତବର୍ଷ ମଧ୍ୟ ଏଭଳି ଧମକ ଦେଇଥିଲା।ବାରମ୍ବାର ବିମାନ ସେବା କ୍ଷେତ୍ରରେ ଏପରି ଧମକ ଆସୁଥିବାରୁ ବିମାନ ଉଡ଼ାଣ ଭରିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Exit mobile version