ଭୋପାଲ: ପୁଣ୍ୟପ୍ରସୂ ଭାରତରେ ରହିଛି ଅନେକ ବୈଚିତ୍ରମୟ ମନ୍ଦିର । ଏହିସବୁ ମନ୍ଦିରକୁ ନେଇ ରହିଛି କିଛି ପୌରାଣିକ ତଥା ଐତିହାସିକ ଘଟଣାବଳୀ । ପ୍ରତି ମନ୍ଦିରର ରହିଛି ଭିନ୍ନଭିନ୍ନ ମାନ୍ୟତା ତଥା ଚମତ୍କାରିତା । ଯାହା ଲୋକ ବିଶ୍ୱାସ ଉପରେ ପର୍ଯ୍ୟବେସିତ । ଏମିତି କିଛି ମନ୍ଦିର ଭାରତରେ ରହିଛି, ଯାହା ଅତ୍ୟନ୍ତ ରହସ୍ୟମୟ ଏବଂ ବିଚିତ୍ର । ଏହି ମନ୍ଦିରରେ ପ୍ରତିବର୍ଷ ବୃଦ୍ଧି ପାଏ ଶିବ ଲିଙ୍ଗ । ଆମେ କହୁଛୁ ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର ବିଷୟରେ । କେବଳ ଆରାଧନା ନୁହେଁ ଏଠି ଆସ୍ଥା ରହିଛି ଲୋକଙ୍କର ମହାଦେବଙ୍କ ପ୍ରତି । ମନ୍ଦିରରେ ରହିଛି ଅନେକ ଚମତ୍କାର ।
ମହାଦେବଙ୍କ ପ୍ରିୟ ହେଉଛି ନାଗ ମଣି । ଶିବଲିଙ୍ଗ ୧୮ଫୁଟ ତଳେ ରହିଛି ନାଗମଣି । ଏହି ମଣି ପୁଣି ମହାଦେବଙ୍କର । ଏଠାରେ ଯାହା ମାନସକି କରିବ ତାହା ପୂରଣ ହୋଇଥାଏ । କୁହାଯାଏ ଏହି ମନ୍ଦିରରେ ମହାଦେବ ଓ ମାଆ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲୋକଙ୍କ ବିଶ୍ୱାସ ରହିଛି ପ୍ରତିବର୍ଷ ମନ୍ଦିରରେ ରହିଥିବା ଶିବ ଲିଙ୍ଗ ବୃଦ୍ଧି ହୋଇଥାଏ । ଲୋକଙ୍କ ମାନିବା ଅନୁସାରେ ମନ୍ଦିର ଭିତରେ ଜୀବନ୍ତ ଭାବେ ମହାଦେବ ଓ ମାଆ ପାର୍ବତୀ ରହିଛନ୍ତି । ଏଠାରେ ରହିଛି ମହାଦେବଙ୍କ ମର୍କତ ମଣି । କୁହାଯାଏ ମହାଭାରତ ସମୟର ହେଉଛି ମଣି । ମାତଙ୍ଗ ଋଷିଙ୍କ ଅନୁସାରେ ମତଙ୍ଗେଶ୍ୱର ମହାଦେବ ମନ୍ଦିରର ନାମକରଣ ହୋଇଛି ।
ମହାଦେବଙ୍କ ମନ୍ଦିରରେ ରହିଛି ୧୮ଫୁଟ ଶିବଲିଙ୍ଗ । ଆଉ ତା ତଳେ ରହିଛି ମଣି । ମୃତ୍ୟୁଞ୍ଜୟ ମହାଦେବ ଜମି ଉପରେ ଯେତିକି ରହିଛି ମାଟି ତଳେ ମଧ୍ୟ ସେତିକି ରହିଛି ଶିବଲିଙ୍ଗ । ଏହି ମନ୍ଦିରରେ କିଛି ନା କିଛି ଅଲୌକିକ ଘଟଣା ମାନ ଘଟିଚାଲିଛି । ଏମିତିକି ମନ୍ଦିର ଭିତରେ ଥିବା ଶିବଲିଙ୍ଗ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଖାଲି ସେତିକି ନୁହେଁ ମଣିର ଅଲୌକିକତା ମଧ୍ୟ ସମସ୍ତଙ୍କୁ ବେଶ୍ ଜଣା । ଏଠାରେ ଯାହା ବି ମାନସିକ କରିଲେ ସମସ୍ତ ମାନସିକ ପୂରଣ ହୋବର ରହିଛି ବିଶ୍ୱାସ । ମନ୍ଦିରରେ ରହିଛି ଅନେକ ଗୁଢ ରହସ୍ୟ । ଏହି ରହସ୍ୟ ଜାଣିବାକୁ ବିଭିନ୍ନ ସ୍ତରରେ ପ୍ରୟାସ ବି କରାଯାଇଛି । ହେଲେ ଶିବଲିଙ୍ଗ ଉଚ୍ଚତାରୁ ନେଇ ସେହ ନାଗମଣିର ରହସ୍ୟ କିନ୍ତୁ ଆଜି ଯାଏ କେହି ଭେଦ କରିପାରିନାହାନ୍ତି ।