Site icon UTKAL PRATIDIN

ଆସୁଛି କେଶରି ୨, ଫିଲ୍ମରେ ରହିଛି ଛାତିଥରା ଦୃଶ୍ୟ

web 6

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘କେଶରୀ: ଚାପ୍ଟର ୨’ ଥିଏଟରରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ। ଏହା କରଣ ସିଂହ ତ୍ୟାଗୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଅକ୍ଷୟ କୁମାରଙ୍କ ଏହି ସିନେମା ଆଗାମୀ ଏପ୍ରିଲ୍ ୧୮ ତାରିଖରେ ସିନେମା ହଲରେ ମୁକ୍ତି ଲାଭ କରିବ । ଏହି ଫିଲ୍ମଟି ଗୁରୁତ୍ୱପୂର୍ଣ୍ଣ କାରଣ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହତ୍ୟାକାଣ୍ଡ ପରେ, ଜେନେରାଲ ଡାୟାରଙ୍କୁ ବ୍ରିଟିଶ ସାମ୍ରାଜ୍ୟରେ ପ୍ରଶଂସା କରାଯାଇଥିଲା ଏବଂ ସେ ଜଣେ ନାୟକ ହୋଇଯାଇଥିଲେ। 

‘କେଶରୀ ଚାପ୍ଟର ୨ : ଦ ଅନ୍‌ଟୋଲ୍ଡ ଷ୍ଟୋରି ଅଫ୍‌ ଜାଲିଆନାୱାଲାବାଗ୍‌’ ଚଳିତ ବର୍ଷର ବଡ଼ ବଜେଟ ଓ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର, ଅନନ୍ୟା ପାଣ୍ଡେ ଓ ଆର୍‌ ମାଧବନ । ଏହି ଫିଲ୍ମରେ ଦର୍ଶକ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ଅକୁହା କାହାଣୀ ଦେଖିବାକୁ ପାଇବେ । ଶିଖ୍‌ ଖାଲ୍‌ସା ଫୌଜର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌ ହରି ସିଂହ ନଲୱାଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଫିଲ୍ମ । 

ତେବେ ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା । ଟିଜରକୁ ଦେଖି ଅତ୍ୟନ୍ତ ଭାବବିଦ୍ଵଳ ହୋଇପଡିଥିଲେ ଅଭିନେତା ଅଜୟ ଦେବଗନ୍ । ଅଜୟ ଦେବଗନ ତାଙ୍କ ଇନଷ୍ଟାଗ୍ରାମ ପେଜରେ ‘କେଶରୀ ୨’ର ଟ୍ରେଲର ସେୟାର କରିଥିଲେ। ଏହା ସହିତ ସେ ଲେଖିଥିଲେ, ‘ଭଗତ ସିଂହଙ୍କ ଲଢ଼େଇ, ସଂଘର୍ଷ ରାସ୍ତାରେ ଥିଲା, ଏହି ଲଢ଼େଇ କୋର୍ଟ ରୁମରେ।’ ଏହି ଦୁଇଟି ଘଟଣା ଇତିହାସକୁ ବଦଳାଇ ଦେଇଥିଲା। ‘କେଶରୀ ୨’ ପାଇଁ ମୋର ବନ୍ଧୁ ଅକ୍ଷୟ କୁମାର ଏବଂ ପୂରା ଟିମକୁ ଅଭିନନ୍ଦନ। କହିରଖୁଛୁ ଯେ, ଫିଲ୍ମଟି ମାର୍ଚ୍ଚ ୧୪, ୨୦୨୫ରେ ରିଲିଜ ହେବ ବୋଲି ପ୍ରଥମେ କୁହାଯାଇଥିଲା । ପରେ କୌଣସି କାରଣରୁ ଏହାର ରିଲିଜକୁ ଘୁଞ୍ଚାଇ ଦିଆଗଲା ।

Exit mobile version