Site icon UTKAL PRATIDIN

ଋଣ ପାଇଁ ପରିବାରର ୫ଜଣଙ୍କୁ ମାରିଦେଲେ ଯୁବକ

Affan

ଥିରୁବନନ୍ତପୁରମ୍‌: କେରଳ ଥିରୁବନନ୍ତପୁରମ୍‌ରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ପ୍ରେମିକା ସହ ନିଜ ପରିବାରର ୫ ଜଣଙ୍କୁ ହତ୍ୟା କଲା ଯୁବକ । ହାତୁଡ଼ିରେ ପିଟି ଚାପଡରେ ହାଣି ମାରିଲା ୨୩ ବର୍ଷୀୟ ଯୁବକ । ନିଜ ମା’, ଜେଜେ ମା‘, ନାବାଳକ ଭାଇ, ଦାଦା, ଖୁଡୀ ସହ ପ୍ରେମିକାକୁ କଲା ହତ୍ୟା । ହତ୍ୟା ପରେ ଥାନାକୁ ଯାଇ କଲା ଆତ୍ମସମର୍ପଣ । ତେବେ ବ୍ୟବସାୟରେ କ୍ଷତି ଯୋଗୁଁ ଅତ୍ୟଧିକ ଋଣ କରିଥିଲା ଯୁବକ । ଋଣ ସୁଝିବାକୁ ପରିବାର ଲୋକେ ରାଜି ନହେବାରୁ ହତ୍ୟା କରିଥିବା ନେଇ କହିଛି ଯୁବକ ଜଣଙ୍କ ।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ହେଲେ ୨୩ ବର୍ଷୀୟ ଅଫାନ । ଅନେକ ଦିନ ଧରି ବ୍ୟବସାୟରେ ଘାଟା ଯୋଗୁଁ ଅତ୍ୟଧିକ ଋଣ କରିଥିଲା ଯୁବକ। ଋଣ ସୁଝିବାକୁ ପରିବାର ଲୋକଙ୍କୁ କହିଥିଲେ ମାତ୍ର ପରିବାର ଲୋକେ କେହି ରାଜି ହୋଇନଥିଲେ । ଯେଉଁଥିପାଇଁ ରାଗରେ ଜର୍ଜରିତ ହୋଇ ଏପରି କାଣ୍ଡ ଘଟାଇଛନ୍ତି ଅଫାନ୍ । ହତ୍ୟାକାଣ୍ଡ ଘଟାଇବା ପରେ ଥାନାକୁ ଯାଇ ଏହି ବିଭତ୍ସ, ଭୟଙ୍କର, ଲୋମଟାଙ୍କୁରା ଘଟଣାର ବର୍ଣ୍ଣନା କରିଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ୬ ଜଣଙ୍କୁ ଆକ୍ରମଣ କରିଥିବା ବେଳେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଯୁବକଙ୍କ ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏବେ ସେ ଚିକିତ୍ସାଧୀନ ଅଛନ୍ତି ।

ତେବେ ମୃତ ୫ ଜଣ ହେଲେ ଅଭିଯୁକ୍ତ ଅଫାନଙ୍କ ନାବାଳକ ଭାଇ ଅହସାନ, ଜେଜେ ମା’ ସଲମା ବିବି, ତାଙ୍କ ଦାଦା ଲତିଫ, ଖୁଡୀ ସାହିହା ଓ ପ୍ରେମିକା ଫର୍ସାନା। ଅଭିଯୁକ୍ତ ଅଫାନ ବିଭତ୍ସ ହତ୍ୟାକାଣ୍ଡ ଘଟାଇବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ତେବେ ୬ ଜଣଙ୍କୁ ହତ୍ୟା କରିବା ସହ ସେ ନିଜେ ବିଷ ପିଇଥିବା ନେଇ ମଧ୍ୟ ପୋଲିସକୁ କହିଛନ୍ତି। ତାଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Exit mobile version